ୱାସିଂଟନ୍: ୟୁକ୍ରେନ୍ରେ ଯୁଦ୍ଧ ଲଢ଼ିବାପାଇଁ ଆମେରିକା ଆଇଏସ୍ ଆତଙ୍କବାଦୀଙ୍କୁ ନିଯୁକ୍ତ କରିଛି। ରୁଷ୍ର ବିଦେଶୀ ଗୁଇନ୍ଦା ସେବା (ଏସ୍ଭିଆର)ଏକ ବିବୃତି ଜାରି କରି ଏହା କହିଛି। ଏସ୍ଭିଆର ଦାବି ଅନୁଯାୟୀ ଗତ ମାସରେ ୬୦ ଆଇଏସ୍ ଆତଙ୍କବାଦୀଙ୍କୁ ଆମେରିକା ୟୁକ୍ରେନ୍ ଯୁଦ୍ଧ ପାଇଁ ନିଯୁକ୍ତ କରିଛି ଏବଂ ସେମାନଙ୍କୁ ତାଲିମ ଦେଉଛି। ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ସିଷ୍ଟମ୍ ସହ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ର କିଭଳି ବ୍ୟବହାର କରିବାକୁ ହେବ ସେନେଇ ଆଇଏସ୍ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି। ଆମେରିକା ଏହାର ଭୂରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ସ୍ତରକୁ ଯାଇପାରିବ ବୋଲି ଏସ୍ଭିଆର କହିଛି। ଏଭଳି କାର୍ଯ୍ୟଦ୍ବାରା ଆମେରିକାର ନାଗରିକଙ୍କ ଜୀବନ ପ୍ରତି ବିପଦ ସହ ୟୁରୋପୀୟ ସହଯୋଗୀଙ୍କ ସୁରକ୍ଷା ପ୍ରତି ବିପଦ ଥିଲେ ମଧ୍ୟ ଆମେରିକା ପ୍ରଶାସନ କେବେବି ଏହାର ଫଳାଫଳକୁ ବିଚାରକୁ ନେଇନାହିଁ। ଅନ୍ୟପକ୍ଷେ ଆମେରିକା ବାରମ୍ବାର କହି ଆସିଛି ଯେ ୟୁକ୍ରେନରେ ଏହାର କୌଣସି ସୈନିକ ନାହାନ୍ତି।
ଆମେରିକା ବିରୋଧରେ ରୁଷ୍ର ଗୁରୁତର ଅଭିଯୋଗ: ୟୁକ୍ରେନ୍ରେ ଆଇଏସ୍ ଆତଙ୍କବାଦୀଙ୍କୁ ନିଯୁକ୍ତ କରିଛି ଆମେରିକା
/sambad/media/post_attachments/wp-content/uploads/2022/05/654sfh654hsf654fhssfh4f65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)