ମସ୍କୋ: ମସ୍କୋରେ ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପରେ ରୁଷ୍ ଏବେ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ ତୀବ୍ର କରିଛି। ଗତରାତିରୁ କିବ୍ରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଅନ୍ୟପକ୍ଷରେ ୟୁକ୍ରେନ୍ ଦାବି କରିଛି ଯେ ଏହା କ୍ରିମିଆ ନିକଟରେ କୃଷ୍ଣ ସାଗରରେ ଥିବା ରୁଷ୍ର ଦୁଇଟି ଅବତରଣ ଜାହାଜକୁ ନଷ୍ଟ କରିବାରେ ସକ୍ଷମ ହୋଇଛି । ରୁଷ୍ର ୟାମଲ ଏବଂ ଆଜୋଭ ଜାହାଜକୁ ଆମେ ନଷ୍ଟ କରିଦେଇଛି ବୋଲି ୟୁକ୍ରେନ୍ର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି। ରବିବାର ସକାଳେ ରୁଷ୍ ରାଜଧାନୀ କିବ୍ ଏବଂ ଲଭିଭ୍ ଅଞ୍ଚଳରେ ରୁଷ୍ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା। ୧୮ଟି ରୁଷୀୟ କ୍ଷେପଣାସ୍ତ୍ର ଏବଂ ୨୫ଟି ଡ୍ରୋନ୍କୁ ଖସାଇ ଦିଆଯାଇଛି ବୋଲି ୟୁକ୍ରେନ୍ ଦାବି କରିଛି। ଏହା ସତ୍ତ୍ବେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।
ପ୍ରାୟ ୨୦ଟି ରୁଷୀୟ କ୍ଷେପଣାସ୍ତ୍ର ଏବଂ ୭ଟି ଡ୍ରୋନ୍ ଲଭିଭ୍ର ପଶ୍ଚିମ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଆଇଏସ୍ ଆତଙ୍କବାଦୀମାନେ ୟୁକ୍ରେନ୍ ସହାୟତାରେ ମସ୍କୋ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବାରୁ ରୁଷ୍ ଏହାର ପ୍ରତିଶୋଧ ନେବାକୁ ଗଣବିଧ୍ବଂସୀ ଅସ୍ତ୍ର ପ୍ରୟୋଗ କରିବାରେ ବୋଲି ଆଶଙ୍କା କରାଯାଉଛି। ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ଼ ଭୟରେ ୟୁକ୍ରେନ୍ରେ ହାଇଆଲର୍ଟ ଜାରି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp