ମସ୍କୋର ବିକଳ୍ପ ରାସ୍ତା : ଇରାନ ଦେଇ ଭାରତରେ ପହଞ୍ଚିବ ରୁଷ ସାମଗ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପର ଆର୍ଥିକ କଟକଣା ଲଗାଇଛନ୍ତି । ଏହା ସହିତ ରୁଷଠାରୁ ତେଲ ଓ ଗ୍ୟାସ କ୍ରୟ ମଧ୍ୟ ହ୍ରାସ କରିଦେଇଛନ୍ତି । ଏହା ଫଳରେ ରୁଷର ବାଣିଜ୍ୟ କାରବାର ପ୍ରଭାବିତ ହୋଇଛି । ତେବେ ନିଜର ବାଣିଜ୍ୟ କାରବାରକୁ ସୁରକ୍ଷିତ ରଖିବାକୁ ରୁଷ ଏକ ବିକଳ୍ପ ରାସ୍ତା ବାହାର କରିବାରେ ସକ୍ଷମ ହୋଇଛି ।

ରୁଷରୁ ଇରାନ ଦେଇ ଭାରତକୁ ଏକ ବାଣିଜ୍ୟ କରି଼ଡର ଖୋଲିବାକୁ ରୁଷ ସକ୍ରିୟତାର ସହ ଉଦ୍ୟମ ଆରମ୍ଭ କରିଦେଇଛି । ଏହାକୁ କୁହାଯାଉଛି ଇଣ୍ଟରନାସନାଲ ନର୍ଥ-ସାଉଥ ଟ୍ରାନ୍ସପୋର୍ଟ କରିଡର (ଆଇଏନଏସଟିସି) । ଏହି କରିଡର ମଧ୍ୟରେ ରହିଛି ରେଳପଥ, ସଡ଼କ ପଥ ଓ ଜ​ଳପଥ । ଏ କ୍ଷେତ୍ରରେ ଇରାନ ଓ ଭାରତ ସରକାର ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ଏହି କରିଡରର ପରିକଳ୍ପନା ବିଗତ ୨୦ ବର୍ଷ ହେଲା କରାଯାଉଥିଲେ ବି ତାହା ସେତେଟା ଆଗେଇ ପାରିନଥିଲା । କିନ୍ତୁ ଆର୍ଥିକ କଟକଣା ଲାଗିବା ପରେ ରୁଷ ଏବେ ଏହାକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବ ଦେଉଛି ।

ଗତ ଜୁନ ମାସରେ ଆଇଏନଏସଟିସି ମାଧ୍ୟମରେ ପରୀକ୍ଷାମୂଳକଭାବେ ପଣ୍ୟଦ୍ରବ୍ୟ ପ୍ରେରଣ କରାଯାଇଥିଲା । ଏସବୁ କଣ୍ଟେନର ରୁଷରୁ ବାହାରି ଇରାନରେ ପହଞ୍ଚିବା ପରେ ବନ୍ଦର ଆବାସ ଦେଇ ଜଳପଥରେ ମୁମ୍ବାଇ ବନ୍ଦର ପହଞ୍ଚିଥିଲା । ଏହାର ସଫଳତା ପରେ ଆଉ ୩୯ଟି କଣ୍ଟେନର ଇରାନ ଦେଇ ଭାରତରେ ପହଞ୍ଚିଥିଲା ।

 

 

 

 

 

ସମ୍ବନ୍ଧିତ ଖବର