ନୂଆଦିଲ୍ଲୀ: ୬୦୦ବର୍ଷ ପରେ ରୁଷ ଦେଖିଲା ଆଗ୍ନେୟ ଉଦ୍ଗୀରଣ। ଶନିବାର ରୁଷରେ ଭୂକମ୍ପ ହୋଇଥିବା ବେଳେ ଏହାର ପ୍ରଭାବରେ ୬୦୦ବର୍ଷ ପରେ ଆଗ୍ନେୟ ଉଦ୍ଗୀରଣ ହୋଇଥିବା ଜଣାଯାଇଛି। କାମଚାଟକା ଉପଦ୍ୱୀପରେ ଆଗ୍ନେୟ ଉଦ୍ଗୀରଣ ହୋଇଥିବା ବେଳେ ଏହା ପୂର୍ବରୁ ୧୪୬୩ ମସିହାରେ ଏଠାରେ ଆଗ୍ନେୟ ଉଦ୍ଗୀରଣ ହୋଇଥିଲା। ରୁଷର ଗଣମାଧ୍ୟମ ସଂସ୍ଥା ଆରଆଇଏ ନୋବୋସ୍ତି ଏବଂ ବୈଜ୍ଞାନିକମାନଙ୍କ ଅନୁଯାୟୀ, ଏହି ବିସ୍ଫୋରଣ ଯୋଗୁଁ ପ୍ରାୟ ୪କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପାଉଁଶ ଉଠିଥିଲା। ୮.୭ତୀବ୍ରତାର ଭୂମିକମ୍ପ ପରେ ଏଭଳି ହୋଇଥିବା ଜଣାଯାଇଛି।
କୁହାଯାଉଛି ଯେ, କ୍ରାଶେନିନିକୋବ ଆଗ୍ନେୟ ଉଦ୍ଗୀରଣ ଯୋଗୁଁ ପାଉଁଶ ସବୁ ପ୍ରଶାନ୍ତ ମହାସାଗର ଆଡକୁ ଉଡ଼ି ଯାଇଥିଲା। ସେଥିପାଇଁ ଆଖପାଖ ଜନବସତି ଅଞ୍ଚଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ହେଲେ ଏହି ଘଟଣା ବିମାନ ପରିବହନ ପାଇଁ ଏକ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ ବୋଲି ରୁଷର ଜରୁରୀକାଳୀନ ସେବା ମନ୍ତ୍ରାଳୟ ଚେତାଇଛି। ଏହି ଘଟଣା ପରେ ଆଗ୍ନେୟ ଉଦ୍ଗୀରଣ ହୋଇଥିବା ପାଖ ଅଞ୍ଚଳକୁ ନଯିବାକୁ ପର୍ଯ୍ୟଟକମାନଙ୍କୁ ଜଣାଇଛନ୍ତି ଅଧୀକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/04/new-project-2025-08-04-10-41-40.jpg)