ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୩ ଦିନ ପୁରିଥିବାବେଳେ ଋଷ ଏବଂ ୟୁକ୍ରେନର ପ୍ରତିନିଧୀଙ୍କ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ସୋମବାର ବେଲାଋଷରେ ଶେଷ ହୋଇଛି। ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନଥିବାବେଳେ ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ହେବ ବୋଲି କୁହାଯାଉଛି । ତେବେ ଏହାରି ଭିତରେ ୟୁକ୍ରେନ ଏକ ବଡ ଦାବି କରିଛି | ୟୁକ୍ରେନର ଦାବି ମୁତାବକ ୟୁକ୍ରେନ ବାୟୁସେନା ଆକ୍ରମଣରେ ଋଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କ ମୃତ୍ୟୁ ହୋଇଛି |
ଦି କିଭ ଇଂଡିପେଣ୍ଡେଣ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଖାର୍କୀଭରେ ୟୁକ୍ରେନ ସେନାର ଆକ୍ରମଣରେ ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କ ମୃତ୍ୟୁ ହୋଇଛି | ଜେନେରାଲ ଭିଟାଲୀ ଜେରାସିମୋଭ ଋଷ ସେନାର ଜଣେ ବରିଷ୍ଠ ସେନା ଅଧିକାରୀ ହୋଇଥିବାବେଳେ ସିରିଆ ଯୁଦ୍ଧରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ |
ସୂଚନା ଥାଉ କି ଏହା ପୂର୍ବରୁ ୟୁକ୍ରେନ ଦାବି କରିଥିଲା ଯେ ଋଷ ବାୟୁସେନାରେ କମାଣ୍ଡିଙ୍ଗ ଅଫିସର ଥିବା ମେଜର ଜେନେରାଲ ଏଣ୍ଡ୍ରଇ ଶୁଖୋବେଶକିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା | ଫେବୃୟାରୀ ୨୪ରୁ ଚାଲିଥିବା ଏହି ଯୁଦ୍ଧରେ ଋଷର ଦୁଇ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲେ ବି ଋଷ ପକ୍ଷରୁ ଏଯାଏଁ ଏବାବଦରେ କିଛି କୁହାଯାଇନାହିଁ |