ଭାରତକୁ ଯୁଦ୍ଧପୋତ ସହ କ୍ୟାଲିବର୍ କ୍ରୁଜ୍ ମିସାଇଲ୍ ଯୋଗାଇପାରେ ରୁଷିଆ; ୨,୫୦୦ କିଲୋମିଟର ଦୂରତା ଭିତରେ ଶତ୍ରୁଙ୍କୁ କରିବ ଟାର୍ଗେଟ
ମସ୍କୋ: ରୁଷିଆର ଉପ ପ୍ରଧାନମନ୍ତ୍ରୀ ୟୁଭି ବରିସଭ୍ କହିଛନ୍ତି ଯେ ଭାରତୀୟ ନୌସେନାକୁ ହୁଏତ ରୁଷିଆ ନିର୍ମିତ ଯୁଦ୍ଧପୋତ ସହିତ ୩ ଏମ୍-୧୪କ୍ୟାଲିବର୍ ଲ୍୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିସାଇଲ୍(ଏଲ୍ଏସିଏମ୍) ମିଳିପାରେ। ଯେଉଁ ମିସାଇଲ୍ ୨,୫୦୦ କିଲୋମିଟର ଦୂରରେ ଥିବା ଶତ୍ରୁଙ୍କୁ ଟାର୍ଗେଟ କରିବାରେ ସକ୍ଷମ ହେବ। ବରିସଭ ସୋମବାର ଆହୁରି ବି କହିଛନ୍ତି କି ରୁଷିଆର ୨୨୮୦୦ କାର୍ଭେଟ୍ସ କୋଡନେମ୍ଡ କାରାକର୍ଟ ପରିଯୋଜନା ଭାରତ ସମେତ ଭିଏତନାମ, ଚାଇନା, ଏବଂ ଏସିଆ ପ୍ରଶାନ୍ତ କ୍ଷେତ୍ରର ଅନ୍ୟ ଦେଶଗୁଡ଼ିକୁ ବି ଯୋଗାଣ କରାଯିବ।
‘ଏହି ଯୁଦ୍ଧପୋତଗୁଡ଼ିକ ଖୁବ୍ ସଫଳ। ସେଥିରେ ବୃହତ୍ ଟନେଜ୍, ଉତ୍ତମ ଅସ୍ତ୍ରଶସ୍ତ୍ର ଓ କାଲିବର ରହିଛି। ଏହାର ଦର ବି ସୁହାଇବା ପରି। ଏହା କ୍ଷୁଦ୍ର ହେଲେ ବି ଦୃତ। ବିଭିନ୍ନ ଦେଶଗୁଡ଼ିକୁ ମୁଖ୍ୟତଃ ଏସିଆ ପ୍ରଶାନ୍ତ କ୍ଷେତ୍ରର ଭିଏତନାମ, ଚାଇନା ଏବଂ ଭାରତକୁ ଯୋଗାଣ ଭଲ ଭାବେ ହୋଇପାରିବାର ଆଶା ରହିଛି’ ବୋଲି ରୁଷିଆର ଉପ ପ୍ରଧାନମନ୍ତ୍ରୀ କହିଥିବା ଏକ ରୁଷିଆ ଗଣମାଧ୍ୟମରେ ପ୍ରକାଶ ପାଇଛି।
ବରିସଭ୍ଙ୍କ କହିବା ଅନୁଯାୟୀ, ୨୨୮୦୦ କାର୍ଭେଟ୍ସ ପରିଯୋଜନାର ପ୍ରଥମ ତିନି ଜାହାଜକୁ ପୂର୍ବ ସିପାୟର୍ଡରେ ବନାଯାଇଛି, ଯାହାକି ନୌସେନାର ବିଶେଷ କାମରେ ଆସିପାରେ ବୋଲି ଆଶା କରାଯାଉଛି।
୩ ଏମ୍-୧୪ ଏଲ୍ଏସିଏମର କ୍ୟାଲିବର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କରଣ। ବର୍ତ୍ତମାନ ଏହା ରୁଷିଆ ନୌସେନାର ମୁଖ୍ୟ ଗ୍ରାଉଣ୍ଡ୍ ଷ୍ଟାଇକ୍ ହତିଆର୍। ୬.୨ ମିଟରର ଏହି କ୍ୟାଲିବର୍ ଜାହାଜ ଓ ବୁଡ଼ାଜାହାଜରେ ଉପଯୋଗ କରାଯାଇପାରିବ।
ଏହି କ୍ୟାଲିଭର୍ର ୩ଟି ସଂସ୍କରଣ ଅଛି। ସେଗୁଡ଼ିକ ହେଉଛି ଗ୍ରାଉଣ୍ଡ୍ ଷ୍ଟ୍ରାଇକ୍ ମିସାଇଲ୍, ଏସ୍ଏସ୍-ଏନ୍-୨୭ ଆଣ୍ଟି ସିପ୍ କ୍ରୁଜ୍ ମିସାଇଲ୍ ଏବଂ ୯୧ଆର୍ ଆଣ୍ଟି ସବ୍ମେରାଇନ୍ ମିସାଇଲ୍।
କ୍ୟାଲିବର୍ କ୍ରୁଜ୍ ମିସାଇଲ୍କୁ ରୁଷିଆ ସିରିୟାର ଆଣ୍ଟି ଭାସ୍କର ହଫିଜ୍ ଅଲ୍ ଅସଦ୍ ରେଜିମ ଫୋର୍ସକୁ ଟାର୍ଗେଟ କରିବାକୁ ବ୍ୟବହାର କରୁଛି। ଭାରତ ଏହାକୁ ପାଇଲେ ଆନ୍ଦୋଳନକାରୀ ଦେଶ ଚୀନ, ପାକିସ୍ଥାନର ଶତ୍ରୁ କବଳରୁ ନିଜ ଦେଶକୁ ସୁରକ୍ଷା ପ୍ରଦାନ କରିପାରିବ।