ବର୍ଲିନ୍: ଆକ୍ରମଣକରୀ ରୁଷ୍ ୟୁକ୍ରେନ୍ରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ଆମେ ଜାଗ୍ରତ ରହିବା ଉଚିତ ବୋଲି ଆଜି ‘ନାଟୋ’ ମହାସଚିବ ଜେନ୍ସ୍ ଷ୍ଟୋଲ୍ଟେନ୍ବର୍ଗ ସତର୍କ କରାଇ ଦେଇଛନ୍ତି।
ଜର୍ମାନ୍ ସମ୍ବାଦପତ୍ର ‘ୱେଲ୍ଟ୍ ଆମ୍ ସୋନ୍ଟାଗ୍’ ସହ ସାକ୍ଷାତ୍କାର ବେଳେ ଷ୍ଟୋଲ୍ଟେନ୍ବର୍ଗ କହିଛନ୍ତି, ଏବେ ଆମେ ରାସାୟନିକ ଏବଂ ଜୈବିକ ଅସ୍ତ୍ରଶସ୍ତ୍ର ପରୀକ୍ଷାଗାର ବିଷୟରେ କରାଯାଉଥିବା ଅବାନ୍ତର ଦାବି କଥା ଶୁଣୁଛନ୍ତି। ଯାହା ଯଥାର୍ଥ ନୁହେଁ ତାହାକୁ ଯଥାର୍ଥ ବୋଲି ପ୍ରମାଣ କରିବାକୁ କ୍ରେମ୍ଲିନ୍ ମିଥ୍ୟା ବାହାନା କରୁଛି।
ମିଥ୍ୟା ଦାବି କରାଗଲାଣି ଯେତେବେଳେ ଆମକୁ ଜାଗ୍ରତ ରହିବାକୁ ପଡ଼ିବ। ହୋଇପାରେ, ମିଛ ବାହାନା କରି ରୁଷ୍ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବା ପାଇଁ ଯୋଜନା କରୁଥାଇ ପାରେ। ଯଦି ସେମିତି ହୁଏ, ତେବେ ସେଇଟା ତ ଗୋଟାଏ ଯୁଦ୍ଧ ଅପରାଧ ହୋଇଯିବ।
Image Courtesy of Tribune Indiaସେ ଆହୁରି ମଧ୍ୟ କହିଛନ୍ତି, ଯଦିବା ୟୁକ୍ରେନୀୟ ଜନସାଧାରଣ ସାହସର ସହିତ ରୁଷୀୟ ଆକ୍ରମଣର ପ୍ରତିରୋଧ କରୁଛନ୍ତି, ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇଯିବ।
ଉଲ୍ଲେଖଯୋଗ୍ୟ, କ୍ରେମ୍ଲିନ୍ ଅନୁରୋଧରେ ଗତ ଶୁକ୍ରବାର ଦିନ ଆୟୋଜିତ ଜାତିସଂଘ ନିରାପତ୍ତା ପରିଷଦ୍ର ବୈଠକରେ ରୁଷୀୟ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆ କହିଥିଲେ କି, ୟୁକ୍ରେନ୍ରେ ଅତ୍ୟନ୍ତ ବିପଜ୍ଜନକ ଜୈବିକ ପରୀକ୍ଷା ଚାଲୁଥିବା ଅନ୍ୟୂନ ୩୦ଟି ‘ବାୟୋଲୋଜିକାଲ୍ ଲାବ୍ରଟରି’ ରହିଥିବାର ପ୍ରମାଣ ସମ୍ବଳିତ କାଗଜପତ୍ର ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପାଖରେ ଅଛି। ଯୁକ୍ତରାଷ୍ଟ୍ର ଆମେରିକାର ‘ଡିଫେନ୍ସ୍ ଟ୍ରିଟ୍ ରିଡକ୍ସନ୍ ଏଜେନ୍ସି’ ଉକ୍ତ ପରୀକ୍ଷାଗାରଗୁଡ଼ିକୁ ପାଣ୍ଠି ଯୋଗାଇବା ସହ ସେଗୁଡ଼ିକର ପର୍ଯ୍ୟବେକ୍ଷଣ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/nato-chief.jpg)