ମସ୍କୋ : ରୁଷରୁ ତେଲ କିଣିବାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟାର୍ଗେଟ କରୁଛନ୍ତି ଓ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ବସାଇଛନ୍ତି। ଏହା ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି । ଏପରିକି ସେପ୍ଟେମ୍ବର ମାସରେ ଭାରତର ତେଲ କ୍ରୟ ବଢିଯାଇଛି । ଏହାକୁ ଦେଖି ଟ୍ରମ୍ପଙ୍କ ରାଗ ଆହୁରି ବଢିଚାଲିଛି ।
ଏସବୁ ମଧ୍ୟରେ ରୁଷ ଭାରତ ପାଇଁ ନିଜ ତେଲରେ ଅଧିକ ରିହାତି ଘୋଷଣା କରିଛି । ଜୁଲାଇ ମାସରେ ରୁଷ ଭାରତ ପାଇଁ ୧ ଡଲାରର ରିହାତି ଦେଉଥିବାବେଳେ ଅଗଷ୍ଟ ମାସରେ ଏହାକୁ ବଢାଇ ୨.୫୦ ଡଲାର କରାଯାଇଥିଲା । ଏବେ ରୁଷ ଘୋଷଣା କରିଛି ଯେ ଭାରତକୁ ବ୍ୟାରେଲ ପିଛା ୩ରୁ ୪ ଡଲାର ପର୍ଯ୍ୟନ୍ତ ରିହାତି ଦିଆଯିବ । ଏହା ଫଳରେ ଆମେରିକା ଟାରିଫ ଯୋଗୁଁ ଭାରତ ସହୁଥିବା କ୍ଷତିର କିଛିଟା ଭରଣା ହୋଇପାରିବ ।
ଅନ୍ଯପକ୍ଷରେ ଟ୍ରମ୍ପ ଭାରତକୁ ଆମେରିକାରୁ ତେଲ କିଣିବାକୁ ଚାପ ପକାଉଥିବାବେଳେ ଆମେରିକା ତେଲ ଭାରତ ପାଇଁ ବେଶ ମହଙ୍ଗା ରହିଛି । ଆମେରିକା ଭାରତକୁ ବ୍ୟାରେଲ ପିଛା ୩ ଡଲାର ପ୍ରିମିୟମରେ ପ୍ରଦାନ କରୁଛି । ଫଳରେ ଭାରତ ପାଇଁ ରୁଷ ତେଲ କିଣିବା ସବୁଠାରୁ ଶସ୍ତା ପଡ଼ୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/02/russia-2025-09-02-21-02-51.jpg)