ଭାରତକୁ ଅତ୍ୟାଧୁନିକ ସୁଖୋଇ-୫୭ ଲଢୁଆ ବିମାନ ଦେବାକୁ ଋଷିଆର ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତକୁ ନିଜର ଅତ୍ୟାଧୁନିକ ୫ମ ପିଢିର ସୁଖୋଇ-୫୭ ଲଢୁଆ ବିମାନ ଦେବାକୁ ଋଷିଆ ପ୍ରସ୍ତାବ ଦେଇଛି । ଭାରତ ସହ ମିଶି ଏହି ୫ମ ପିଢିର ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି, ଯେପରିକି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ ବୋଲି କହିଛନ୍ତି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି । ସେ କହିଛନ୍ତି ଯେ ସୁଖୋଇ-୫୭ର କେତେକ ସ୍ୱତନ୍ତ୍ର ସାମରିକ କ୍ଷମତା ରହିଛି ଯାହାକି ଅନ୍ୟ ବିମାନରେ ନାହିଁ ।
ବିଗତ ଅନେକ ବର୍ଷ ଧରି ଋଷିଆ ଭାରତର ବୃହତ୍ତମ ପ୍ରତିରକ୍ଷା ରପ୍ତାନିକାରୀ ଭାବେ ରହିଆସିଛି । କିନ୍ତୁ ଏବେ ପରିବର୍ତ୍ତିତ ବିଶ୍ୱ ରାଜନୀତିରେ ଆମେରିକା ଭାରତର ନିକଟତର ହୋଇଛି । ଭାରତ ଆମେରିକାଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ରପ୍ତାନି କରୁଛି । ଏହା ଫଳରେ ଋଷିଆ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇଛି । ତେବେ ଭାରତ ପରି ଏକ ବଡ଼ ପ୍ରତିରକ୍ଷା ସାମଗୀ ଗ୍ରାହକକୁ ହରାଇବାକୁ ଚାହୁଁନାହିଁ ଋଷିଆ । ଏଥିପାଇଁ ନୂଆଦିଲ୍ଲୀକୁ ବିଭିନ୍ନ ଲୋଭନୀୟ ଅଫର ଦେଇଚାଲିଛି ମସ୍କୋ ।

ସମ୍ବନ୍ଧିତ ଖବର