ଦେଶ ଓ ସରକାରଙ୍କ ନାଁ’ରେ ଅସମ୍ମାନସୂଚକ ଅନ୍‌ଲାଇନ୍‌ ପୋଷ୍ଟ୍‍ କରୁଥିବା ବ୍ୟକ୍ତିଙ୍କୁ ଜରିମାନା ଓ ଜେଲ୍‌ ଦଣ୍ଡ ଦେବେ ରୁଷ୍‌ ସରକାର

ନୂଆଦିଲ୍ଲୀ: ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍‌ ଗୋଟାଏ ବିବାଦୀୟ ଆଇନ୍‌ ପାସ୍‌ କରିଛି। ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନ୍‌ଲାଇନ୍‌ ପୋଷ୍ଟ୍‍ କରୁଥିବା ଲୋକଙ୍କୁ ଏହି ଆଇନ୍‌ ବଳରେ ଜରିମାନା ଓ ଜେଲ୍‌ ଦଣ୍ଡ ଦିଆଯାଇ ପାରିବ।

ଅନ୍‌ଲାଇନ୍‌ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬, ୩୧୫ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏ ଭଳି ପୋଷ୍ଟ୍‍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ।

ରୁଷୀୟ ପାର୍ଲାମେଣ୍ଟ୍‌ ସମ୍ବନ୍ଧରେ ବିଦ୍ରୂପ କରିବା ‘ପୁତିନ୍‌ ଜଣେ ଜାରଜ’ ଭଳି ଅସମ୍ମାନସୂଚକ ମନ୍ତବ୍ୟ ଦେଉଥିବା ଲୋକେ ବିଚାରର ସମ୍ମୁଖୀନ ହେବେ ବୋଲି ମସ୍କୋସ୍ଥିତ ‘ସୋଭା ସେଣ୍ଟର୍‌’ର ମୁଖ୍ୟ ଆଲେକ୍‌ଜାଣ୍ଡାର୍‌ ବେର୍‌ଖୋଭସ୍କି କହିବା ପରେ ଏହି ନୂଆ ଆଇନ ପ୍ରତି ଲୋକେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଏହି ଆଇନ୍‌ରେ ଥିବା କେତେକ ଅସ୍ପଷ୍ଟ ଅର୍ଥ ଶବ୍ଦ ସଂକ୍ରାନ୍ତରେ ମଧ୍ୟ ଅନେକ ବ୍ୟକ୍ତି ଚିନ୍ତା ପ୍ରକଟ କରିଛନ୍ତି।

‘ମିଥ୍ୟା’ ବୋଲି ବିବେଚନା କରାଯାଉଥିବା କୌଣସି ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ େଓ୍ଵବ୍‌ସାଇଟ୍‌କୁ ମଧ୍ୟ ରୁଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍‌ କରିବା ପାଇଁ ଏହି ଆଇନ୍‌ରେ ବ୍ୟବସ୍ଥା ରହିଛି।

ଦକ୍ଷିଣପନ୍ଥୀ ଏହି ଆଇନ୍‌ ଉପରେ ସେନ୍‌ସର୍‌ ଦାବି କରିଛି।

ସମ୍ବନ୍ଧିତ ଖବର