ଭାରତକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ଋଷିଆ, ୫୦ ହଜାର କାଲାସନିକୋଭ ରାଇଫଲ ଖରିଦ ଲାଗି ପାକିସ୍ତାନର ଅର୍ଡରକୁ ପ୍ରତ୍ୟାଖ୍ୟାନ କଲା

ନୂଆଦିଲ୍ଲୀ : ଋଷିଆରୁ ପ୍ରାୟ ୫୦ ହଜାର କାଲାସନିକୋଭ ରାଇଫଲ ଖରିଦ କରିବା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି ମସ୍କୋ । ପାକିସ୍ତାନ ସହିତ କୌଣସି ପ୍ରକାରର ପ୍ରତିରକ୍ଷା ଡିଲ କରିବ ନାହିଁ ବୋଲି ଋଷିଆ ଭାରତକୁ ପ୍ରତିଶ୍ରୁତି ଦେଇଛି ।
ଋଷିଆ ସହିତ ନିଜର ସାମରିକ ସଂପର୍କକୁ ବଢାଇବା ପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ଇସ୍ଲାମାବାଦ ଏହି ଅର୍ଡର ଦେଇଥିଲା ।

କିନ୍ତୁ ପାକିସ୍ତାନ ସହିତ ଏବେ କିମ୍ବା ଭବିଷ୍ୟତରେ କୌଣସି ସାମରିକ ଡିଲ ହେବ ନାହିଁ ବୋଲି ଭାରତକୁ ଆଶ୍ୱସ୍ତ କରିଛନ୍ତି ଋଷିଆ ସରକାର । ଗତ ୨୦୧୫ରେ ପାକିସ୍ତାନ ଋଷିଆଠାରୁ ୪ଟି ଏମଆଇ ୩୫ଏମ ଆଟାକ ହେଲିକାପ୍ଟର ଖରିଦ କରିଥିଲା । ତାପରବର୍ଷ ଅର୍ଥାତ ୨୦୧୬ରେ ପାକିସ୍ତାନ ଋଷିଆ ସହିତ ମିଶି ସାମରିକ ଅଭ୍ୟାସ କରିଥିଲା । କିନ୍ତୁ ଏହାକୁ ନେଇ ଭାରତ ଆପତ୍ତି ଉଠାଇବାରୁ ଋଷିଆ ପାକିସ୍ତାନ ସହିତ ସାମରିକ ସଂପର୍କ ଛିନ୍ନ କରିଛି ।

ଭାରତ ସରକାର ଓ ଋଷିଆର କାଲାସନିକୋଭ (ଏକେ-୪୭ ନିର୍ମାଣକାରୀ କମ୍ପାନି) ମିଳିତଭାବେ ଆମେଥିଠାରେ ଏକେ-୨୦୩ ରାଇଫଲ କାରଖାନା ପ୍ରତିଷ୍ଠା କରିଛନ୍ତି ।

ସମ୍ବନ୍ଧିତ ଖବର