ପାଲଟା ଜବାବ ଦେଲେ ପୁଟିନ: ୩୬ଟି ଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଲେ

ନୂଆଦିଲ୍ଲୀ: ୟୁକ୍ରେନ ଉପ‌ରେ ଆକ୍ରମଣ କରିବାରୁ ଆର୍ଥିକ କଟକଣା ସହ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲେ କିଛି ୟୁରୋପୀୟ ଦେଶ। ପାଶ୍ଚାତ୍ୟ ଦେଶଗୁଡ଼ିକ ନେଇଥିବା ଏହି ପଦକ୍ଷେପକୁ ବିରୋଧ କରି ଏବେ ଋଷ ବଡ଼ ନିଷ୍ପତ୍ତି ନେଇଛି। ୟୁରୋପୀୟ ସଂଘ ଋଷର କୌଣସି ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ଜବାବ ଦେବାକୁ ଯାଇ ଋଷ ଏବେ ୩୬ଟି ଦେଶ ଉପରେ ବିମାନ ଚଳାଚଳ ନେଇ କଟକଣା ଲଗାଇଛି।

ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି କହିଛି ଯେ, ରୁଷ ବିମାନ ଚଳାଚଳ ଉପରେ ୟୁରୋପୀୟ ସଂଘ ପ୍ରତିବନ୍ଧକ ଲଗାଇବା ପରେ ରୁଷ ୩୬ଟି ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ସୋମବାର ମସ୍କୋରେ ଘୋଷିତ ଏହି ପଦକ୍ଷେପ ପରେ ଏହାର ପ୍ରଭାବ ୟୁରୋପ, ବ୍ରିଟେନ ଏବଂ ଏସୀୟ ଦେଶ ଯଥା ଚୀନ୍, ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ଅଧିକ ପଡ଼ିବ ବୋଲି ଜଣାପଡ଼ିଛି। ତେବେ ଆମେରିକାର ବିରୋଧ ସତ୍ତ୍ବେ ବି ଋଷ ଆମେରିକା ଉପରେ ବିମାନ ଚଳାଚଳ ନେଇ କଟକଣା ଲଗାଇନଥିବ‌ା ଜଣାପଡ଼ିଛି।

zeenews

ଏହା ପୂର୍ବରୁ ବ୍ରିଟେନ, ଫିନଲାଣ୍ଡ ଓ ବେଲଜିୟମ ଋଷ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲେ। ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ଏହି ଦୁଇଟି ଦେଶ ଋଷ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିବା ଜଣାପଡ଼ିଥିଲେ।

ସମ୍ବନ୍ଧିତ ଖବର