ମସ୍କୋ/ ନୂଆଦିଲ୍ଲୀ: ରୁଷିଆ ଦ୍ୱାରା ବିକଶିତ କୋଭିଡ୍-୧୯ ପ୍ରତିଷେଧକ ଟିକା ସ୍ପୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ଚଳିତ ମାସରେ ଆରମ୍ଭ ହେବ ଏବଂ ନଭେମ୍ବର ସୁଦ୍ଧା ଫଳାଫଳ ଘୋଷଣା କରାଯିବ।
ଆଜି ଏହି ସୂଚନା ପ୍ରଦାନ କରି ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ ଡିମିଟ୍ରିଭ କହିଛନ୍ତି ଯେ ଭାରତ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଫିଲିପାଇନ୍ସ, ଏବଂ ବ୍ରାଜିଲରେ କୋଭିଡ୍-୧୯ ପ୍ରତିଷେଧକ ଟିକା ସ୍ପୁଟନିକ- ଭିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚଳିତି ମାସରୁ ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାଥମିକ ଫଳାଫଳ ଅକ୍ଟୋବର-ନଭେମ୍ବର ୨୦୧୦ରେ ପ୍ରକାଶ ପାଇବ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତରେ ନୋଭେଲ କରୋନାଭାଇରସ୍ ବା କୋଭିଡ୍-୧୯ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୯୦,୮୦୨ଟି ନୂଆ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ କରୋନାଭାଇରସ୍ ମହାମାରୀରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷକୁ ଅତିକ୍ରମ କରିଯାଇଛି। କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ପଞ୍ଜିକୃତ କରାଯାଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟରୁ ଭାରତ ବ୍ରାଜିଲକୁ ଅତିକ୍ରମ କରିଛି ବୋଲି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
କୋଭିଡ୍-୧୯ ପ୍ରତିଷେଧକ ଟିକା ‘ସ୍ପୁଟନିକ୍-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହେବ ଭାରତରେ, ନଭେମ୍ବର ସୁଦ୍ଧା ଫଳାଫଳ
/sambad/media/post_attachments/wp-content/uploads/2020/09/Covid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)