ନାଟୋ ନ୍ୟୁକ୍ଲିୟର ଫୋର୍ସ ମୁତୟନ କଲେ ଆମେ ବି କରିବୁ : ରୁଷ

ମସ୍କୋ : ରୁଷ ଓ ନାଟୋ ମଧ୍ୟରେ ଥିବା ଅହି-ନକୁଳ ସଂପର୍କ ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଫିନଲାଣ୍ଡ୍ ଓ ଆଉ କେତେକ ୟୁରୋପୀୟ ଦେଶ ନାଟୋରେ ମିଶିବାକୁ ନିଷ୍ପତ୍ତି ନେବା ପରେ ରୁଷ ଚିନ୍ତିତ ହୋଇପଡ଼ିଛି । ଏହା ସହିତ ରୁଷ ପକ୍ଷରୁ ପରୋକ୍ଷରେ ନାଟୋକୁ ଚେତାବନୀ ଦିଆଯାଇଛି ।

ରୁଷର ଉପ ବୈଦେଶିକ ମନ୍ତ୍ରୀ ଆଲେକଜାଣ୍ଡାର ଗ୍ରୁସକୋ କହିଛନ୍ତି ଯେ ନାଟୋ ଯଦି ରୁଷର ସୀମା ନିକଟରେ ନ୍ୟୁକ୍ଲିଅର ଫୋର୍ସ ଓ ଭିତ୍ତିଭୂମି ନିର୍ମାଣ କଲେ ରୁଷ ତାହାର ଜବାବ ଦେବ । ନ୍ୟୁକ୍ଲିଅର ଫୋର୍ସର ମୁକାବିଲା ପାଇଁ ରୁଷ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବ ।

ୟୁରୋପୀୟ ଦେଶ ଫିନଲାଣ୍ଡ ନିଜର ନିରପେକ୍ଷତା ନୀତି ପରିତ୍ୟାଗ କରି ନାଟୋର ସଦସ୍ୟ ହେବାକୁ ନିଷ୍ପତ୍ତି ନେଇଛି । ଏହାର ପ୍ରତିକ୍ରିୟାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଫିନଲାଣ୍ଡ ନିଜର ନିରପେକ୍ଷତା ନୀତି ପରିତ୍ୟାଗ କରିବା ଭୁଲ ନିଷ୍ପତ୍ତି । ରୁଷ ତରଫରୁ ଫିନଲାଣ୍ଡ ପ୍ରତି କୌଣସି ବିପଦ ନାହିଁ । ଏହା ସତ୍ତ୍ବେ ଫିନଲାଣ୍ଡ ନିକଟ ନିରପେକ୍ଷ ବୈଦେଶିକ ନୀତି ପରିତ୍ୟାଗ କରିବା ଦ୍ବାରା ରୁଷ ସହ ସଂପର୍କ ପ୍ରଭାବିତ ହେବ ବୋଲି  ଫିନଲାଣ୍ଡର ରାଷ୍ଟ୍ରପତି ସାଉଲି ନିନିଷ୍ଟୋଙ୍କ ସହ ଟେଲିଫୋନ ଆଲୋଚନା ବେଳେ ପୁଟିନ କହିଛନ୍ତି ।

 

ସମ୍ବନ୍ଧିତ ଖବର