ନାଟୋ ଏବଂ ଆମେରିକାକୁ ବଡ଼ ଝଟକା ଦେଇଛି ରୁଷ। ଯୁଦ୍ଧ ଲଢ଼ିବା ପାଇଁ ନାଟୋ ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ଆମେରିକାର ଏଫ୍-୧୬ ଯୁଦ୍ଧ ବିମାନ ରୁଷୀୟ ଆକ୍ରମଣର ଶିକାର ହୋଇ ଖସିପଡ଼ିଛି । ଏହି ଲଢୁଆ ବିମାନକୁ ଋଷର କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯାଇଥିଲା ଏବଂ ଏହାକୁ ଉଡାଉଥିବା ୟୁକ୍ରେନର ପାଇଲଟଙ୍କର ମୃତ୍ୟୁ ହୋଇଛି । ୨୪ ଫେବୃଆରୀ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଏପରି ଧରଣର ହେଉଛି ପ୍ରଥମ ଘଟଣା । ରୁଷ୍ ସହ ଯୁଦ୍ଧ ଲଢ଼ିବା ପାଇଁ ଆମେରିକା ଓ ନାଟୋ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।
୨୪ ଫେବୃଆରୀ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଏପରି ଧରଣର ହେଉଛି ପ୍ରଥମ ଘଟଣା । ରୁଷ୍ ସହ ଯୁଦ୍ଧ ଲଢ଼ିବା ପାଇଁ ଆମେରିକା ଓ ନାଟୋ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।
ୟୁକ୍ରେନ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ଏହି ଲଢୁଆ ବିମାନ ଋଷର କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଥିଲା। ଏହି ଆକ୍ରମଣରେ ଲଢୁଆ ବିମାନ ଉଡ଼ାଉଥିବା ପାଇଲଟ୍ ଓଲେକ୍ସି ମେସ୍ ଙ୍କ ମୃତ୍ୟୁ ଘଟିଥିଲା। କୁହାଯାଉଛି ଯେ ଏହି ଆମେରିକୀୟ ଏଫ୍ -୧୬ ଚଳିତ ମାସ ପ୍ରାରମ୍ଭରେ ୟୁକ୍ରେନରେ ପହଞ୍ଚିଥିଲା। ତେବେ ଏହି ଲଢୁଆ ବିମାନ ସିଧାସଳଖ ଋଷର କ୍ଷେପଣାସ୍ତ୍ର ଆକ୍ରମଣ ସାମ୍ନାକୁ ଆସିନଥିଲା ବୋଲି ୟୁକ୍ରେନର ସେନା ଦାବି କରିଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ରୁଷିଆର ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ୍ ବୋଲି ସେନା କହିଛି।
ଅନ୍ୟପକ୍ଷରେ ୟୁକ୍ରେନ କହିଛି, ସଂପୃକ୍ତ ଏଫ-୧୬ଟି ୩ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ ଡ୍ରୋନକୁ ଧ୍ୱଂସ କରିଥିଲା। ୟୁକ୍ରେନର ବାୟୁସେନା ସୋସିଆଲ ମିଡିଆରେ ଜାରି ଏକ ବିବୃତିରେ କହିଛି ଯେ ପାଇଲଟ ୟୁକ୍ରେନକୁ ରୁଷୀୟ କ୍ଷେପଣାସ୍ତ୍ରର ଭୟଙ୍କର ଆକ୍ରମଣରୁ ରକ୍ଷା କରିଥିଲେ। ତେବେ ସେ ନିଜ ଜୀବନ ଦେଇଥିଲେ। ୟୁକ୍ରେନ୍ ସେନା ଏହି ଲଢୁଆ ବିମାନର ପରିଚୟ ପ୍ରକାଶ କରିନାହିଁ। କିନ୍ତୁ ସାମରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାଇଲଟ୍ ଆମେରିକାର ଏଫ୍-୧୬ ବିମାନ ଉଡ଼ାଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/vFsZBK3xAHEnJckSkBxu.jpeg)