ଅନ୍ତର୍ଜାତୀୟ ଅପରାଧ ଅଦାଲତରେ ରୁଷ୍‌ ଗୁପ୍ତଚର

ଆମଷ୍ଟରଡାମ୍‌ : ମିଥ୍ୟା ପରିଚୟପତ୍ର ବ୍ୟବହାର କରି ନେଦରଲାଣ୍ଡର ଅନ୍ତର୍ଜାତୀୟ ଅପରାଧ କୋର୍ଟ (ଆଇସିସି) ଭିତରକୁ ପ୍ରବେଶ କରିଥିବା ଜଣେ ରୁଷ ଗୁପ୍ତଚର ଧରାପଡ଼ିଛନ୍ତି। ତାଙ୍କୁ ଜେରା ପରେ ବ୍ରାଜିଲ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ଆଇସିସି ସମଗ୍ର ବିଶ୍ୱରେ ଯୁଦ୍ଧ ଅପରାଧ ଅଭିଯୋଗର ବିଚାରଣ କରେ। ବ୍ରାଜିଲର ନାଗରିକ ଭାବେ ଆଇସିସିରେ ଇଣ୍ଟର୍ନସିପ୍ ପାଇଁ ଜଣେ ରୁଷ୍‌ ଗୁପ୍ତଚର କାର୍ଯ୍ୟାଳୟ ପରିସରକୁ ବାରମ୍ବାର ଆସୁଥିଲେ ବୋଲି ଡଚ୍‌ ଗୁପ୍ତଚର ଏଜେନ୍ସି ମୁଖ୍ୟ ଏରିକ୍ ଆକରବମ୍ କହିଛନ୍ତି। ଉକ୍ତ ରୁଷ୍‌ ଗୁପ୍ତଚରଙ୍କ ଆଚରଣକୁ ନେଇ ସନ୍ଦେହ ଉପୁଜିବା ପରେ ଖୋଳତାଡ଼ରୁ ତାଙ୍କ ସଂପର୍କରେ ଅଧିକ ତଥ୍ୟ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର