ରୁଷ୍‌ରେ ବିଶ୍ୱର ସବୁଠୁ ବଡ଼ ସମରାଭ୍ୟାସ

ମସ୍କୋ: ବିଶ୍ୱର ସବୁଠାରୁ ବଡ଼ ସମରାଭ୍ୟାସ ଆସନ୍ତାକାଲିଠାରୁ ରୁଷ୍‌ରେ ଆରମ୍ଭ ହେବାକୁ ଯାଉଛି। ଏହି ସମରାଭ୍ୟାସର ନାମ ଭୋସ୍ତକ-୨୦୧୮ ରଖାଯାଇଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏଥିରେ ୩ ଲକ୍ଷ ସୈନିକ, ୩୬ ହଜାର ସାମରିକ ବାହନ, ୧ ହଜାର ଯୁଦ୍ଧ ବିମାନ ଏବଂ ୮୦ଟି ଯୁଦ୍ଧ ଜାହାଜ ଅଂଶ ଗ୍ରହଣ କରିବେ। ବିଶ୍ୱ ଇତିହାସରେ ଏହା ସବୁଠାରୁ ବଡ଼ ସମରାଭ୍ୟାସ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ହୋଇଥିବା ବିଶାଳ ସମରାଭ୍ୟାସରେ ପ୍ରାୟ ଦେଢ଼ ଲକ୍ଷ ସୈନିକ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର