ୱାସିଂଟନ୍ : ୟୁକ୍ରେନ୍ରେ ‘ଯୁଦ୍ଧ ଅପରାଧ’ ପାଇଁ ଜାତିସଂଘ ମାନବାଧିକାର କମିସନ୍ରୁ ଆଜି ରୁଷ୍ ନିଲମ୍ବିତ ହୋଇଛି। ରୁଷ୍କୁ ନିଲମ୍ବନ ପାଇଁ ଆଜି ଜାତିସଂଘ ସାଧାରଣ ପରିଷଦରେ ଗୁରୁତ୍ବପୂର୍ଣ୍ଣ ଭୋଟ୍ ଗ୍ରହଣ ହୋଇଥିଲା। ରୁଷ୍କୁ ନିଲମ୍ବନ କରିବା ସପକ୍ଷରେ ୯୩ ରାଷ୍ଟ୍ର ଭୋଟ୍ ଦେଇଥିବା ବେଳେ ଚୀନ୍ ସମେତ ୨୪ ରାଷ୍ଟ୍ର ଏହାକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଭାରତ, ସାଉଦି ଆରବ, ୟୁଏଇ ସମେତ ୫୮ ରାଷ୍ଟ୍ର ଭୋଟିଂ ପ୍ରକ୍ରିୟାରୁ ବିରତ ରହିଥିଲେ। ୨୦୧୧ରେ ଲିବିୟା ଜାତିସଂଘ ସୁରକ୍ଷା ପରିଷଦରୁ ନିଲମ୍ବିତ ହୋଇଥିଲା। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାରେ ଆଜି ଅଧିକାଂଶ ରାଷ୍ଟ୍ର ରୁଷ୍କୁ ବିରୋଧ କରିଥିବା ବେଳେ ରୁଷ୍ର ମିତ୍ର ରାଷ୍ଟ୍ରମାନେ ବହୁ ସଂଖ୍ୟାରେ ଭୋଟ୍ ଦାନରୁ ବିରତ ରହିଥିଲେ। ଭାରତ ପାଇଁ ଆଜିର ଭୋଟ୍ ଅତି ଗୁରୁତ୍ବପୂର୍ଣ୍ଣ ଥିଲା। ପୂର୍ବରୁ ରୁଷ୍ ବିରୋଧରେ ହୋଇଥିବା ଭୋଟ୍ ଗ୍ରହଣରେ ଭାରତ ଅଂଶଗ୍ରହଣ କରିନଥିବା ବେଳେ ଆଜି ମଧ୍ୟ ଭୋଟ୍ ଦାନରୁ ବିରତ ରହିଥିଲା। କିନ୍ତୁ ରୁଷ୍ ଏଥର ଚେତାବନୀ ଦେଇ କହିଥିଲା ଯେ ଭୋଟ୍ ଗ୍ରହଣରେ ଅନୁପସ୍ଥିତ ରହିବାକୁ ବିରୋଧ ବୋଲି ଗ୍ରହଣ କରାଯିବ। ଏହାଦ୍ବାରା ଦ୍ବିପାକ୍ଷିକ ସମ୍ପର୍କ ପାଇଁ ଫଳାଫଳ ଭୋଗିବାକୁ ପଡ଼ିବ ବୋଲି ରୁଷ୍ କହିଛି। ୟୁକ୍ରେନ୍ର ଅଭିଯୋଗ ନେଇ କୌଣସି ନିରପେକ୍ଷ ତଦନ୍ତ ହେବା ପୂର୍ବରୁ ଜାତିସଂଘରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ରୁଷ୍ ପ୍ରତ୍ୟାଖ୍ୟାନ କରିଛି।
ୟୁଏନ୍ଏଚ୍ଆରସିରୁ ରୁଷ୍ ନିଲମ୍ବିତ, ଭୋଟିଂରୁ ବିରତ ରହିଲା ଭାରତ
/sambad/media/post_attachments/wp-content/uploads/2022/04/65da4g65da4g65dggdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)