ଋଷିଆ ପରୀକ୍ଷା କଲା ଶକ୍ତିଶାଳୀ ଟପୋଲ-ଏମ କ୍ଷେପଣାସ୍ତ୍ର, ସମଗ୍ର ଆମେରିକା ଏହାର ରେଞ୍ଜରେ ଆସୁଛି

ମସ୍କୋ : ବିଶ୍ୱର ପରିସ୍ଥିତି ଦିନକୁ ଦିନ ବଦଳୁଛି । ସୁପର ପାଓ୍ଵାର ଆମେରିକାର ଶକ୍ତିକୁ ତାଳ ଦେବା ପାଇଁ ଚୀନର ଉତଥାନ ହୋଇଥିବାବେଳେ ପୂର୍ବତନ ସୁପରପାଓ୍ଵାର ଋଷିଆ ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ । କହିବାକୁ ଗଲେ ସାମରିକ ଟେକନଲୋଜୀରେ ସମଗ୍ର ବିଶ୍ୱରେ ଆମେରିକାର ଏକମାତ୍ର ସମକକ୍ଷ ହେଉଛି ଋଷିଆ ।

ଋଷିଆ ଗତ ଶୁକ୍ରବାର ଦିନ ଏକ ନୂଆ ପରମାଣୁ ଶକ୍ତି ସଂପନ୍ନ ମିସାଇଲ ଟପୋଲ-ଏମର ସଫଳ ପରୀକ୍ଷଣ କରିଛି । ଏହାର ମାରକ ରେଞ୍ଜ୍‌ ବା ଦୂରତ୍ୱ ପ୍ରାୟ ୧୧ ହଜାର କିଲୋମିଟର । ଏହାର ରେଞ୍ଜରେ ସମଗ୍ର ଆମେରିକା ଆସୁଛି । ଏହାକୁ ଋଷିଆର ଦକ୍ଷିଣ-ପଶ୍ଚିମ ପ୍ରାନ୍ତରେ ଥିବା କାପୁସତିନ ୟର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷା କରାଯାଇଛି । ଉତକ୍ଷେପଣ ହେବା ପରେ ଏହା ପ୍ରାୟ ୨୫୦୦ କିମି ଦୂର କାଜାକସ୍ଥାନର ସାରୀ ସାଗାନ ରେଞ୍ଜରେ ପଡିଥିଲା । ଋଷିଆର ଷ୍ଟ୍ରାଟର୍ଜିକ ମିସାଇଲ ଫୋର୍ସ ପକ୍ଷରୁ ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।

ସମ୍ବନ୍ଧିତ ଖବର