ଆମେରିକା ସହ ଥିବା ପରମାଣୁ ଚୁକ୍ତିରୁ ଓହରିବାର ରୁଷିଆର ଧମକ

ମସ୍କୋ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି । ଏହାର ଜବାବ ଦେବାକୁ ଧମକ ଦେଇଛି ମସ୍କୋ । ରୁଷିଆରେ ଥିବା ପାଶ୍ଚାତ୍ୟ ଦେଶଙ୍କ ସଂପତ୍ତି ଜବତ କରିବା ସହ କୂଟନୈତିକ ସଂପର୍କ ଛିନ୍ନ କରିବାକୁ ମସ୍କୋ ଧମକ ଦେଇଛି । ଏପରିକି ଆମେରିକା ସହ କରାଯାଯାଇଥିବା ଅଣୁଅସ୍ତ୍ର ଚୁକ୍ତିରୁ ଓହରିବାକୁ ରୁଷିଆ ଧମକ ଦେଇଛି ।

ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ରୁଷିଆ ନିରାପତ୍ତା ପରିଷଦର ଉପସଭାପତି ଡିମିଟ୍ରି ମେଡବେଡେଭ କହିଛନ୍ତି ଯେ ଆମେରିକା ସହ କରାଯାଇଥିବା ଅଣୁ ଅସ୍ତ୍ର ଚୁକ୍ତିରୁ ଓହରିଯିବୁ । ଏହି ଚୁକ୍ତି ଅନୁସାରେ ଦୁଇ ଦେଶମଧ୍ୟରେ ଥିବା ଅଣୁ ଅସ୍ତ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ସୀମିତ କରାଯିବାର ଯୋଜନା ରହିଛି ।

ପାଶ୍ଚାତ୍ୟ ଦେଶମାନଙ୍କ ସହ କୂଟନୈତିକ ସଂପର୍କ ଛିନ୍ନ କରାଯିବ । ରୁଷିଆରେ ଥିବା ପାଶ୍ଚାତ୍ୟ ଦେଶ ଲୋକମାନଙ୍କ ବ୍ୟକ୍ତିଗତ ସଂପତ୍ତିକୁ ଜବତ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ସାରା ବିଶ୍ବରେ ଆମକୁ ଧମକ ଦିଆଯାଉଛି ଓ ଆମ ଲୋକଙ୍କୁ ହଇରାଣ କରାଯାଉଛି । କିନ୍ତୁ ଏହାକୁ ନେଇ ଆମେ ଭୟଭୀତ ନାହୁଁ ।

ସୂଚନାଯୋଗ୍ୟ ଯେ ଆମେରିକା ଓ ଅନ୍ୟ କେତେକ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି । ରୁଷିଆକୁ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ନେଟଓ୍ବର୍କ ସ୍ବିଫ୍ଟରୁ ବିଚ୍ଛିନ୍ନ କରାଯାଇଛି । ଏହା ଫଳରେ ସୋମବାରଠାରୁ ରୁଷିଆର ପ୍ରମୁଖ ବ୍ୟାଙ୍କଗୁଡ଼ିକ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଆର୍ଥିକ କଟକଣା ଯୋଗୁଁ

ସମ୍ବନ୍ଧିତ ଖବର