ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ରୁଷ୍‌

ମସ୍କୋ: ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ରୁଷ୍‌ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ବୋଲି ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ କହିଛନ୍ତି।

ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ସମ୍ମିଳିତ ନିରାପତ୍ତା ରାଜିନାମା ସଙ୍ଗଠନ’ର ପ୍ରତିରକ୍ଷା ମନ୍ତ୍ରୀ ପରିଷଦ୍‌ ବୈଠକରେ ସୋଇଗୁ କହିଛନ୍ତି, କିବ୍‌କୁ ବିପୁଳ ପାଶ୍ଚାତ୍ୟ ସହାୟତା ଏବଂ ରୁଷ୍‌ ଉପରେ କଟକଣା ଚାପ ସତ୍ତ୍ବେ ‘ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ’ ଆମେ ସ୍ବତନ୍ତ୍ର ସାମରିକ ଅଭିଯାନ ଜାରି ରଖିବୁ।

Image Courtesy of Zee News

‘ସିନ୍‌ହୁଆ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ସୋଇଗୁ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ମୃତ୍ୟୁ ଏଡ଼ାଇବା ଲାଗି ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ୟୁକ୍ରେନ୍‌ରେ ଅସ୍ତ୍ରବିରତି ଘୋଷଣା କରୁଛି। ଆଖପାଖ ବସତିଗୁଡ଼ିକରୁ ସାଧାରଣ ନାଗରିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ‘ସାଇଲେନ୍‌ସ୍‌ ରିଜାଇମ୍’ ଜାରି କରାଯିବା ସହ ‘ହ୍ୟୁମାନି‌ଟାରିଆନ୍‌ କରିଡର୍‌’ ସୃଷ୍ଟି କରାଯାଉଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୪ ତାରିଖ ଦିନ ରୁଷ୍‌ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର