୧୫୦ତମ ଜୟନ୍ତୀ ଅବସରରେ ଋଷିଆରେ ପ୍ରଚଳନ ହେବ ମହାତ୍ମା ଗାନ୍ଧୀଙ୍କ ଉପରେ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକେଟ 

ମସ୍କୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଋଷିଆରେ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିବାକୁ ଋଷିଆର ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ଦୁଇ ଦିନିଆ ଋଷିଆ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ମଧ୍ୟରେ ଭ୍ଲାଦିଭୋସ୍ତୋକ ଠାରେ ଆଜି ଆୟୋଜିତ ହୋଇଥିବା ଶିଖର ବୈଠକ କାଳରେ ଏହି ନିଷ୍ପତ୍ତି ନିଆଯାଇଛି। ଏବଂ ଶିଖର ବୈଠକ ପରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନ ଏହି ବିଷୟକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବା କହିଛନ୍ତି ମସ୍କୋ ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା।

Hindustan

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ମାନେର୍ଥେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ଏପ୍ରକାର ନିଷ୍ପତ୍ତିକୁ ଭାରତୀୟ ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା ଭୂୟସୀ ପ୍ରଶଂସା କରିଛନ୍ତି। ଏଥିସହ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ଏପ୍ରକାର ନିଷ୍ପତ୍ତି ଉଭୟ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ ସଂପର୍କ ଓ ବନ୍ଧନକୁ ଆହୁରି ସଶକ୍ତ କରିବ ବୋଲି କହିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା।

ସମ୍ବନ୍ଧିତ ଖବର