ୟୁକ୍ରେନ୍ ଯୁଦ୍ଧ ପାଇଁ ଆଉ ୪ ଲକ୍ଷ ସୈନ୍ୟଙ୍କୁ ନିଯୁକ୍ତ କରିବ ରୁଷ୍

ମସ୍କୋ : ରୁଷ୍‌ର ୟୁକ୍ରେନ୍ ଆକ୍ରମଣକୁ ୧୩ ମାସ ଚାଲିଥିବା ବେଳେ ୟୁକ୍ରେନ୍‌ରେ ଏହା ଆଶାନୁରୂପ ସଫଳତା ପାଇପାରି ନାହିଁ। ଆମେରିକାର ନାନାବିଧ କଟକଣାକୁ ବେଖାତିର କରି ଏହା ଆଗାମୀ ଗ୍ରୀଷ୍ମଋତୁରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ଯୋଜନା କରୁଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମସ୍କୋ ଗସ୍ତ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଜନସମର୍ଥନ ମଧ୍ୟ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କ୍ରେମ୍‌ଲିନ ସେନାରେ ଆଉ ୪ ଲକ୍ଷ ଠିକା ସୈନିକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ କ୍ରେମ୍‌ଲିନର ଜନୈକ ଅଧିକାରୀ ଏହା ପ୍ରକାଶ କରିଛନ୍ତି।

ଆଗରୁ କ୍ରେମ୍‌ଲିନ ସଂରକ୍ଷିତ ସୈନିକଙ୍କୁ ଜବରଦସ୍ତ ୟୁକ୍ରେନ୍‌ ଯୁଦ୍ଧ ପାଇଁ ନିୟୋଜିତ କରିବା ବେଳେ ତାହା ବିରୋଧରେ ଜନମତ ସୃଷ୍ଟି ହୋଇଥିଲା। ବହୁ ଲୋକ ଦେଶଛାଡ଼ି ପଳାୟନ କରିଥିଲେ। କିନ୍ତୁ ଏଥର ଏହି ନିଯୁକ୍ତିରେ କାହାକୁ ଜବରଦସ୍ତି କରାଯିବ ନାହିଁ। ସ୍ବେଚ୍ଛାକୃତ ଭାବେ ଯେଉଁମାନେ ସେନାରେ ଯୋଗ ଦେବାକୁ ଚାହାନ୍ତି, କେବଳ ସେହିମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି। ଚଳିବର୍ଷର ନିର୍ବାଚନରେ ପୁନଶ୍ଚ ରାଷ୍ଟ୍ରପତି ହେବାକୁ ଚାହୁଥିବା ପୁଟିନ କୌଣସି ଜନମତ-ବିରୋଧୀ ନିଷ୍ପତ୍ତି ନେବାକୁ ଚାହାନ୍ତି ନାହିଁ।

ସମ୍ବନ୍ଧିତ ଖବର