ଗଗନଯାନ ଅଭିଯାନ ପାଇଁ ୧୨ ଜଣ ଭାରତୀୟଙ୍କ ମଧ୍ୟରୁ ୪ ଜଣଙ୍କୁ ଚୟନ କରି ତାଲିମ ଦେବ ରୁଷ୍‌

ନୂଆଦିଲ୍ଲୀ: ୨୦୨୨ରେ ଉତ୍‌କ୍ଷେପଣ ହେବାକୁ ଧାର୍ଯ୍ୟ କରାଯାଇଥିବା ଭାରତର ପ୍ରଥମ ମାନବବାହୀ ମହାକାଶଯାନ କାର୍ଯ୍ୟକ୍ରମ ବା ଗଗନଯାନ ଅଭିଯାନରେ ଯିବା ପାଇଁ ୧୨ ଜଣ ଭାରତୀୟଙ୍କ ମଧ୍ୟରୁ ୪ ଜଣଙ୍କୁ ଚୟନ କରି କଠୋର ତାଲିମ ଦେବ।

୧୦, ୦୦୦ କୋଟି ଟଙ୍କାର ଏହି ମାନବବାହୀ ମହାକାଶ ଅଭିଯାନରେ ଭାରତ ୫ ରୁ ୭ ଦିନ ସକାଶ ଅନ୍ୟୂନ ତିନି ଜଣ ଭାରତୀୟଙ୍କୁ ପ୍ରେରଣ କରିବ। ସେଠାରେ ସେମାନେ କେତେକ ମାଇକ୍ରୋ-ଗ୍ରାଭିଟି ପରୀକ୍ଷଣ ଚଳାଇବେ।

Image Source: NDA India

ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି: ଭାରତ ରୁଷ୍‌କୁ ୧୨ ଜଣ ମହାକାଶଚାରୀଙ୍କୁ ପଠାଇବ। ସେମାନଙ୍କ ମଧ୍ୟରୁ ରୁଷ୍‌ ୪ ଜଣଙ୍କୁ ଚୟନ କରି ଉନ୍ନତ ତାଲିମ୍‌ ଦେବ।

ନିକଟରେ ରୁଷ୍‌ର ମହାକାଶ ଏଜେନ୍‌ସି ରୋସ୍‌କସ୍‌ମସ୍‌ର ମହାନିର୍ଦେଶକ ଡିମିତ୍ରି ରୋଗୋଜିନ୍‌ ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ ଏ ସଂକ୍ରାନ୍ତରେ ମସ୍କୋରେ ଆଲୋଚନା କରିଥିଲେ। ଚୟନ ହେବାକୁ ଥିବା ଚାରି ଭାରତୀୟ ମହାକାଶଚାରୀଙ୍କୁ ମସ୍କୋର ଅବ୍‌ଲାଷ୍ଟ୍‍ସ୍ଥିତ ଷ୍ଟାର୍‌ ସିଟିରେ ଥିବା ୟୁରି ଗାଗାରିନ୍‌ କସ୍‌ମୋନଟ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌ରେ ତାଲିମ୍‌ ଦିଆଯିବ ବୋଲି ଉଭୟ ପକ୍ଷ ଆଲୋଚନା କରିଥିଲେ। ରୁଷ୍‌ରୁ ତାଲିମ ପାଇବା ପରେ ଚାରି ମହାକାଶଚାରୀ ଭାରତକୁ ଫେରି ଅଭିଯାନ ପାଇଁ ପ୍ରସ୍ତୁତି କରିବେ।

ସମ୍ବନ୍ଧିତ ଖବର