ନୂଆଦିଲ୍ଲୀ: ଔପଚାରିକ ଭାବେ ଯିଏ କେହି ଯୁକ୍ତରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଘୋଷିତ ହେବେ ରୁଷ୍ ତାଙ୍କ ସହ କାର୍ଯ୍ୟ କରିବାକୁ ଇଚ୍ଛୁକ ବୋଲି ରବିବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି।
ରାଷ୍ଟ୍ରାୟତ ଟେଲିଭିଜନ୍ ପ୍ରସାରଣରେ ପୁଟିନ୍ ଏଭଳି ମନ୍ତବ୍ୟ ଦେବା ସହ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କୁ ଏପର୍ଯ୍ୟନ୍ତ କ୍ରେମ୍ଲିନ୍ ଅଭିନନ୍ଦନ ଜଣାଇ ନ ଥିବା କଥା ପୁଣି ଥରେ କହିଥିଲେ।
ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ରିପବ୍ଲିକାନ୍ ପାର୍ଟିର ଦାବି ପ୍ରସଙ୍ଗ ଦର୍ଶାଇ ଭ୍ଲାଦିମିର ପୁଟିନ୍ କହିଛନ୍ତି, ଆମେ ଅଭ୍ୟନ୍ତରୀଣ ରାଜନୈତିକ କନ୍ଦଳର ପରିସମାପ୍ତିକୁ ହିଁ ଅପେକ୍ଷା କରିଛୁ।
Image Courtesy of Foreign Policyସେ କହିଛନ୍ତି, ଆମେରିକାବାସୀଙ୍କ ଭରସା ନ୍ୟସ୍ତ କରାଯିବାକୁ ଥିବା ଯେକୌଣସି ବ୍ୟକ୍ତିଙ୍କ ସହ ଆମେ କାର୍ଯ୍ୟ କରିବୁ। କିନ୍ତୁ, କାହା ଉପରେ ଏହି ଭରସା ନ୍ୟସ୍ତ କରାଯିବ? ଗୋଟିଏ ଦଳ ଅନ୍ୟ ଦଳର ବିଜୟକୁ ସ୍ୱୀକାର କରିବା ଭଳି ରାଜନୈତିକ ପରମ୍ପରାଦ୍ୱାରା ସୂଚୀତ କରାଗଲେ କିଂବା ବିଧିବଦ୍ଧ ଭାବେ ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ହିସାବ କରାଯିବା ପରେ ଏହା ଜଣାପଡ଼ିଥାଏ।
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ଗ୍ରହଣ କରିବା ପାଇଁ ଡୋନାଲ୍ଡ୍ ଟ୍ରମ୍ପ୍ ସ୍ୱୀକାରୋକ୍ତି ଅଭିଭାଷଣ ଦେବାକୁ ମନା କରିବା ପରେ ରୁଷୀୟ ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ସମେତ ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କୁ ଅଭିନନ୍ଦନ ଜଣାଇ ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/putin-1.jpg)