ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କରିଦେଖାଇଛନ୍ତି ଯାହା କେହି ଆଶା କରିନଥିଲେ। କୃଷ୍ଣ ସାଗରରେ ପରସ୍ପର ଉପରେ ଆକ୍ରମଣ ନ କରିବାକୁ ରୁଷ ଓ ୟୁକ୍ରେନ ରାଜି ହୋଇଛନ୍ତି । ହ୍ବାଇଟହାଉସ ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ସ୍ଥାୟୀ ଯୁଦ୍ଧ ବିରତିର ଏହାକୁ ଏକ ପ୍ରାକ୍ ପଦକ୍ଷେପ ଭାବରେ ଦେଖାଯାଉଛି । 

Advertisment

ସାଉଦି ଆରବରେ ରୁଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାବେଳେ ଉଭୟ ପକ୍ଷ ରାଜି ହୋଇଥିଲେ ଯେ କୃଷ୍ଣ ସାଗରରେ ଉଭୟ ପକ୍ଷର ଜାହାଜ ଉପରେ ଆକ୍ରମଣ କରାଯିବ ନାହିଁ । ଏହା ସହିତ ବାଣିଜ୍ୟିକ ଜାହାଜକୁ ସାମରିକ ଉଦ୍ଦେଶ୍ୟରେ ଉପଯୋଗ କରାଯିବ ନାହିଁ ବୋଲି ଉଭୟ ପକ୍ଷ ରାଜି ହୋଇଛନ୍ତି। ଏହି ବୈଠକରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ସହମତି ହୋଇଥିଲା । ତାହା ହେଉଛି ଉଭୟ ପକ୍ଷର ସେନା ପରସ୍ପରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବାରୁ ବିରତ ରହିବେ । 

ହ୍ୱାଇଟ୍ ହାଉସ୍ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରଥମ ଯୁଦ୍ଧବିରତି ଘୋଷଣା କରିଛି। ଆପଣଙ୍କୁ କହି ରଖୁଛୁ ଯେ ଗତ କିଛି ବର୍ଷ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି। ବିଶେଷକରି ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଡୋନାଲ୍ଡ ଟ୍ରମ୍ପ ଆରମ୍ଭରୁ ଯୁଦ୍ଧବିରତି ପାଇଁ ସମର୍ଥନ କରୁଥିଲେ। ଆମେରିକାର ରାଷ୍ଟ୍ରପତି ହେବା ପରେ, ଡୋନାଲ୍ଡ ଟ୍ରମ୍ପ ଏହି ଦିଗରେ ଗମ୍ଭୀରତାର ସହିତ କାମ କରିବା ଆରମ୍ଭ କରିଥିଲେ। ଏବେ ଏହାର ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି।