ରୁଷ୍-ୟୁକ୍ରେନ୍‌ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ

ଇସ୍ତାନବୁଲ୍‌ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରୋବ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷଙ୍କ ଡିମିଟ୍ରୋ କୁଲେବାଙ୍କ ମଧ୍ୟରେ ଗୁରୁବାର ଦିନ ତୁର୍କୀର ଆଣ୍ଟାଲ୍ୟାରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା ହୋଇଛି। ତୁର୍କୀର ବିଦେଶ ମନ୍ତ୍ରୀ ମେବଲୁତ କାବୁସୋଗ୍ଲୁ ଏହି ତ୍ରିପାକ୍ଷିକ ବୈଠକର ଆୟୋଜନ କରାଇଥିଲେ ଏବଂ ସେ ନିଜେ ବୈଠକରେ ଉପସ୍ଥିତ ଥିଲେ।

ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ କୁଲେବା କହିଛନ୍ତି, ସେ ମାରିୟୁପୋଲରୁ ଲୋକଙ୍କ ନିରାପଦ ବିସ୍ଥାପନ ନିମନ୍ତେ ମାନବୀୟ କରିଡର ଓ ୨୪ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କ ସହ କୌଣସି ବୁଝାମଣା ହୋଇପାରିଲା ନାହିଁ। ରୁଷ୍ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗକୁ ଲାବରୋବ ଅସ୍ବୀକାର କରିଥିଲେ। ତେବେ ହସ୍ପିଟାଲ ଉପରେ ଆକ୍ରମଣକୁ ସ୍ବୀକାର କରିବା ସହ ସେ ତାକୁ ଯଥାର୍ଥ ବୋଲି କହିଥିଲେ କାରଣ ୟୁକ୍ରେନୀୟ ଚରମପନ୍ଥୀମାନେ ତାକୁ ଦଖଲ କରିନେଇଥିଲେ।

ସମ୍ବନ୍ଧିତ ଖବର