ନୂଆଦିଲ୍ଲୀ: ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ସର୍ବଶେଷ ସୂଚନା ଅନୁଯାୟୀ, ୟୁକ୍ରେନର ସୁମିରୁ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପୂର୍ବରୁ ସମସ୍ୟା ହେଉଥିବା ବେଳେ ଏବେ ସ୍ଥାନାନ୍ତରଣ କାମ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନଙ୍କ ସହ ରେଡକ୍ରସ ଏବଂ ଭାରତୀୟ ଦୂତାବାସର ଅଧିକାରୀମାନେ ଥିବା ଜଣାପଡ଼ିଛି। ପ୍ରାୟ ୭୦୦ ଭାରତୀୟ ଛାତ୍ରଛାତ୍ରୀ ସୁମିରେ ଫସି ରହିଥିଲେ। ମାନବୀୟ କରିଡର ନିର୍ମାଣ ହୋଇପାରୁନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରୁନଥିଲା। ହେଲେ ଏବେ ନିରାପଦ କରିଡର ନିର୍ମାଣ ସହ ସେମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ନେଇ ସୂଚନା ମିଳିଛି।
ସୂଚନାନୁସାରେ, ରୁଷ ଆଜି ଅସ୍ତ୍ରବିରତି ଘୋଷଣା କରି ମାନବୀୟ କରିଡର ସୃଷ୍ଟି କରିବାକୁ ରାଜି ହୋଇଛି। ଏହି ମାନବୀୟ କରିଡର ୟୁକ୍ରେନର ସୁମି ଠାରୁ ୟୁକ୍ରେନର ପୋଲଟଭା ଏବଂ ରୁଷର ବେଲଗୋରୋଡ ପର୍ଯ୍ୟନ୍ତ ରୁଟ ତିଆରି କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ସୁମିରେ ଫସି ରହିଥିବା ଭାରତୀୟଙ୍କୁ ପୋଲଟଭା ଏବଂ ବେଲଗୋରୋଡକୁ ସ୍ଥାନାନ୍ତର କରାଯିବ। ପରେ ଭାରତୀୟଙ୍କୁ ବିମାନ, ରେଳ ଏବଂ ସଡକ ପରିବହନ ଦ୍ୱାରା ଭାରତ ଫେରିବା ପାଇଁ ବିମାନ ଉଡ଼ାଣ କରିବାକୁ ଥିବା ସ୍ଥାନକୁ ପଠାଯିବ କିମ୍ବା କିଛି ଲୋକମାନେ ଦକ୍ଷିଣ ପାର୍ଶ୍ୱରେ ଥିବା ଅସ୍ଥାୟୀ ବାସସ୍ଥାନକୁ ମଧ୍ୟ ଯାଇପାରନ୍ତି।
As promised by the #Ukrainian side, the green corridor in #Sumy has opened.
The first batch of citizens has already been evacuated. pic.twitter.com/zj5LmkV9xw
— NEXTA (@nexta_tv) March 8, 2022
ଏହାପୂର୍ବରୁ ସୋମବାର ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ସେତେବେଳେ ସୁମିରେ ଫସି ରହିଥିବା ଭାରତୀୟମାନଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ନିବେଦନ କରିଥିଲେ।