ପରମାଣୁ ଅସ୍ତ୍ର ଠାରୁ ଅଧିକ ଶକ୍ତି ଅଛି ୟୁକ୍ରେନ ପାଖରେ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ଏମିତି ଜଣେ ବ୍ୟକ୍ତି ଯିଏକି ପ୍ରତିଟି ପ୍ରସଙ୍ଗକୁ ନେଇ ନିଜର ପ୍ରତିକ୍ରିୟା ଦେଇଥାଆନ୍ତି। ୟୁ‌କ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଟୁଇଟରରେ ସେ ନିଜ ମତ ରଖିଛନ୍ତି।

ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସେୟାର କରିଛନ୍ତି, ଏହି ଭିଡିଓରେ ୟୁକ୍ରେନର ରାଜଧାନୀ କିଭ ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ସାଧାରଣ ଲୋକମାନେ ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଲେଖିଛନ୍ତି, ଯେତେବେଳେ ଲୋକଙ୍କ ପାଖରେ ନିଜ ଦେଶକୁ ରକ୍ଷା କରିବା ପାଇଁ ଇଚ୍ଛାଶକ୍ତି ରହିଥାଏ, ତେବେ ଏହି ଶକ୍ତି  ପରମାଣୁ ଅସ୍ତ୍ର ଠାରୁ ବି ଅଧିକ ଶକ୍ତିଶାଳୀ ହୋଇଥାଏ। ଏମିତି ଲୋକଙ୍କ ଉପରେ ଆକ୍ରମଣ କରାଯାଇପାରିବ, କିନ୍ତୁ ଅଧିପତ୍ୟ ବିସ୍ତାର କରାଯାଇ ପାରି ନଥାଏ।

 

ଋଷ ଆକ୍ରମଣ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ସାଧାରଣ ଲୋକଙ୍କୁ ଦେଶର ରକ୍ଷା ପାଇଁ ଆଗକୁ ଆସିବା ପାଇଁ କହିଥିଲେ। ଏହାପରେ ସରକାର ସେଠାରେ ସାଧାରଣ ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ଦ୍ବାରା ସେମାନେ ଋଷିଆ ବିରୋଧରେ ଲଢ଼େଇ କରି ପାରିବେ।

ସମ୍ବନ୍ଧିତ ଖବର