ଉତ୍ତର କୋରିଆରୁ ଭଡାରେ ଲକ୍ଷେ ସୈନିକ ଆଣିବେ ପୁଟିନ୍ !

ନୂଆଦିଲ୍ଳୀ: ରୁଷର ରାଷ୍ଟ୍ରପତି ବ୍ଲାଦମିର୍‌ ପୁଟିନ୍‌ ୟୁକ୍ରେନ୍‌ ଉପରେ ବିଜୟ ହାସଲ କରିବାକୁ ଉତ୍ତର କୋରିଆଠୁ ସାହାଯ୍ୟ ଗ୍ରହଣ କରିବେ। ଜାଣିିବାକୁ ମିଳିଛି ଯେ ପୁଟିନ ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ୍‌ଙ୍କଠାରୁ ଭଡ଼ାରେ ଲକ୍ଷେ ସୈନିକ ଆଣିବେ।

ଏକ ନ୍ୟୁଜ୍‌ ଏଜେନ୍ସିରେ ପ୍ରକାଶ ପାଇଥିବା ଖବର ମୁତାବକ, ଉତ୍ତର କୋରିଆ ଏ ନେଇ ସ୍ପଷ୍ଟ କରିଛି ଯେ ସେ ରୁଷକୁ ଯୁଦ୍ଧରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି ଯେ ଏକ ବିରାଟ ଲଢୁଆ ବାହିନୀକୁ ମସ୍କୋ ପକ୍ଷରୁ ୟୁକ୍ରେନ ପଠାଇବାକୁ ସେ ପ୍ରସ୍ତୁତ। ସେହି ସୈନିକମାନେ ଯାଇ ଡୋନେଟସ୍କ ପିପୁଲ୍‌ସ ରିପବ୍ଲିକ୍‌ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍‌ର ସୈନ୍ୟବାହିନୀରେ  ନିୟୋଜିତ ହୋଇ ଯୁଦ୍ଧ କରିବେ।

କ୍ରେମ୍‌ଲିନ୍‌ ସମର୍ଥକ ନ୍ୟୁଜ୍‌ ଏଜେନ୍ସି ଏ ନେଇ ରିପୋର୍ଟ କରିଛି ଯେ ଉତ୍ତର କୋରିଆ ନିଜର ୧ ଲକ୍ଷ ସୈନିକଙ୍କୁ ଡୋନବାସକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ଅଛି। ଏହା ପ୍ରତିବଦଳରେ କିମ୍‌ଙ୍କୁ ଆର୍ଥିକ ସଂକଟ ବେଳେ ଖାଦ୍ୟ ଓ ଶକ୍ତି ସହାୟତା ମିଳିବ।

ମସ୍କୋର ଅଗ୍ରଣୀ ପ୍ରତିରକ୍ଷା ବିଶେଷଜ୍ଞ ରିଜର୍ବ କର୍ଣ୍ଣେଲ୍‌ ଇଗୋର କୋରଟେଙ୍କୋ କହିଛନ୍ତି ଯେ କିମ୍‌ ‌ଜଙ୍ଗ୍‌ଙ୍କ ପକ୍ଷରୁ ମଳିଥିବା ସହାୟତାର ହାତକୁ ଗ୍ରହଣ କରିବାକୁ ଆମେ ସଂକୋଚ କରିବା ଅନୁଚିତ। ନିକଟରେ ଏକ ଚ୍ୟାନେଲ୍‌ରେ ସାକ୍ଷାତ୍‌କର ଦେଇ ସେ ଏପରି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି  ଉତ୍ତର କୋରିଆର ଏଥିପାଇଁ ଉତ୍ସାହ ରହିଛି। କିମ୍‌ ଜଙ୍ଗ ବଢ଼ାଇଥିବା ହାତକୁ ଗ୍ରହଣ କରିବାକୁ ଆମେ ଲଜ୍ଜିତ ଅନୁଭବ କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର