ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଋଷିଆ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଦିନକୁ ଦିନ ଋଷିଆ-ୟୁକ୍ରେନର ସଙ୍କଟ ବଢିବାରେ ଲାଗିଛି। ଏହି କାରଣରୁ ୟୁକ୍ରେନରେ ରହୁଥିବା ଲୋକମାନେ ନିଜ ସହର ଓ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି କ୍ରମରେ ଲୋକମାନେ ପୋଲାଣ୍ଡ, ରୋମାନିଆ, ହଙ୍ଗରି ଅଭିମୁଖେ ନିଜ ଜୀବନ ବଞ୍ଚାଇବାକୁ ଯାତ୍ରା ଆରମ୍ଭ କରିଛନ୍ତି।
ହଲିଉଡ ଅଭିନେତା ସେନ୍ ପେନ୍ ବି ମାର୍ଚ୍ଚ ୧ ତାରିଖରେ ତାଙ୍କର ଦୁଇ ସହକର୍ମୀ ସହ ଦେଶ ଛାଡିଛନ୍ତି । ସେ ୟୁକ୍ରେନ ଏକ ଡକ୍ୟୁମେଣ୍ଟ୍ରି ସୁଟ କରିବା ପାଇଁ ଯାଇଥିଲେ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ୟୁକ୍ରେନ ଛାଡ଼ିବା ନେଇ ଏକ ଫଟୋ ସେୟାର କରିଛନ୍ତି।
ୟୁକ୍ରେନ ରାଜଧାନୀ କିଭରେ କିଛିଦିନ ପର୍ଯ୍ୟନ୍ତ ସୁଟିଂ କରିବା ପରେ ଶେଷରେ ସେନ ସେହି ହଜାରହଜାର ଶରଣାର୍ଥୀଙ୍କ ସହିତ ସାମିଲ ହୋଇଥିଲେ ଯେଉଁମାନେ ପାଦରେ ଚାଲିଚାଲି ପୋଲାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲେ।
Myself & two colleagues walked miles to the Polish border after abandoning our car on the side of the road. Almost all the cars in this photo carry women & children only, most without any sign of luggage, and a car their only possession of value. pic.twitter.com/XSwCDgYVSH
— Sean Penn (@SeanPenn) February 28, 2022
ଅଭିନେତା ଏନେଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘ମୁଁ ଓ ମୋର ଦୁଇ ସାଥୀ କାରକୁ ରାସ୍ତାପାର୍ଶ୍ବରେ ଛାଡି ଚାଲିଚାଲି ପୋଲାଣ୍ଡ ସୀମାରେ ପହଞ୍ଚି ଯାଇଛୁ।’