ନୂଆଦିଲ୍ଲୀ: ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ବଦଳାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌। ଏବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଆଣ୍ଡ୍ରେଇ ବେଲାସୋଭଙ୍କୁ ଦାୟିତ୍ବ ଦେଇଛନ୍ତି। ବେଲାସୋଭ ପୂର୍ବରୁ ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି । ଏହାବ୍ୟତୀତ ସେ ପୂର୍ବରୁ ପୁଟିନଙ୍କ ଅର୍ଥନୈତିକ ପ୍ରସଙ୍ଗରେ ସହକାରୀ, ରୁଷ ଫେଡେରେଶନର ଅର୍ଥନୈତିକ ବିକାଶ ମନ୍ତ୍ରୀ, ଅର୍ଥନୀତି ଏବଂ ଅର୍ଥ ବିଭାଗର ନିର୍ଦ୍ଦେଶକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।

Advertisment

ନିକୋଲାଇ ପାଟ୍ରୁଶେଭଙ୍କ ସ୍ଥାନରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସରଗେଇ ଶୋଏଗୁଙ୍କୁ ରୁଷର ଜାତୀୟ ସୁରକ୍ଷା ପରିଷଦର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଶୋଏଗୁଙ୍କ ସ୍ଥାନରେ ଆଣ୍ଡ୍ରେଇ ବେଲାସୋଭଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେବା ପରେ ପୁଟିନ ଏହି ନିଷ୍ପତ୍ତି ନେଇଛନ୍ତି । ଶୋଏଗୁ ବର୍ଷ ବର୍ଷ ଧରି ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ରାଷ୍ଟ୍ରପତି ଭାବରେ ପୁଟିନଙ୍କ ପଞ୍ଚମ କାର୍ଯ୍ୟକାଳ ଆରମ୍ଭ ହେବା ସହ ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ବେଳେ ଏହି ଅଦଳବଦଳ କାର୍ଯ୍ୟ କରାଯାଇଛି । କ୍ରେମଲିନ୍ କହିଛି ଯେ ରୁଷର ରାଷ୍ଟ୍ରପତି ପୁଟିନ୍ ଆଣ୍ଡ୍ରେଇ ବେଲାସୋଭଙ୍କୁ ସରଗେଇ ଶୋଏଗୁଙ୍କ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଶୋଏଗୁଙ୍କୁ ରୁଷ ଫେଡେରେଶନର ସୁରକ୍ଷା ପରିଷଦର ସଚିବ କରାଯାଇଛି ଏବଂ ସେ ରୁଷ ଫେଡେରେଶନର ସାମରିକ ଶିଳ୍ପ ଆୟୋଗରେ ପୁଟିନଙ୍କ ଡେପୁଟି ଭାର ସମ୍ଭାଳିବେ । କିଭ ଉପରେ କବଜା ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ମସ୍କୋ କିଭର କିଛି ଅଞ୍ଚଳ ଉପରେ କବଜା କରିଛି ।

ୟୁକ୍ରେନ ବିରୋଧରେ ଚାଲିଥିବା ବିବାଦ ଫେବ୍ରୁଆରିରେ ତୃତୀୟ ବର୍ଷରେ ପ୍ରବେଶ କରିଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୋଏଗୁ ରୁଷର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ମୁକ୍ତ ହୋଇ ସୁରକ୍ଷା ପରିଷଦର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।