ଚେଚେନ ବାହିନୀକୁ ଋଷିଆ ଠାରୁ ମିଳିଛି ୟୁକ୍ରେନ ରାଷ୍ଟ୍ରପତି ଓ ଅନେକ ଅଧିକାରୀଙ୍କୁ ହତ୍ୟା କରିବାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଚେଚେନ ବାହିନୀକୁ ନେଇ ଚର୍ଚ୍ଚା ହେଉଛି। ଚେଚେନ ବାହିନୀ ଦକ୍ଷିଣ ଋଷିଆସ୍ଥିତ ଚେଚନ୍ୟା ଦେଶର ସୈନ୍ୟ। ଚେଚନ୍ୟା ଋଷିଆନ ଫେଡରେସନର ଅଂଶ।

ଚେଚନ୍ୟାର ରାଷ୍ଟ୍ରପତି ରମଜାନ କେଦିରୋଭ ୟୁକ୍ରେନକୁ ଚେଚେନ ସୈନ୍ୟଙ୍କୁ ପଠାଇବାକୁ ଘୋଷଣା କରିଛନ୍ତି। ଏକ ଭିଡିଓ ମସେଜ ଜାରି କରି କେଦିରୋଭ ଦାବି କରିଛନ୍ତି କି, ୟୁକ୍ରେନରେ ଅପରେସନ ସମୟରେ ଏଯାବତ କୌଣସି ସୈନ୍ୟ ଆହତ କି ନିହତ ହୋଇନାହାନ୍ତି। ରାଷ୍ଟ୍ରପତି ପୁଟିନ ସଠିକ ନିଷ୍ପତ୍ତି ‌ନେଇଛନ୍ତି ଓ ଆଉ ଆମେ ତାଙ୍କ ଆଦେଶର ପାଳନ କରିବୁ।
‌ୟୁକ୍ରେନରେ ଚେଚେନ ବାହିନୀର କେତେକଜଣ ସୈନ୍ୟ ମହଜୁଦ ଅଛନ୍ତି, ତାହାର ସଠିକ ସୂଚନା ନାହିଁ। କିନ୍ତୁ ଏକ ନ୍ୟୁଜ ଏଜେନ୍ସିର ଦାବି ଅନୁଯାୟୀ, ୟୁକ୍ରେନରେ ପାଖାପାଖି ୧୨ହଜାର ଚେଚେନ ସୈନ୍ୟ ଅଛନ୍ତି। ଆଉ ସେମାନେ ପୁଟିନଙ୍କ ଆଦେଶକୁ ଅପେକ୍ଷା କରିଛନ୍ତି।

ଋଷିଆ ଚେଚେନ ସୈନ୍ୟଙ୍କୁ ୟୁ‌କ୍ରେନ ଅଧିକାରୀଙ୍କ ଏକ ତାଲିକା ଦେଇଛି। ଏହି ତାଲିକାରେ ୟୁକ୍ରେନର ଯେଉଁ ଅଧିକାରୀଙ୍କ ନାମ ଅଛି ସେମାନଙ୍କୁ ଧରିବା ପାଇଁ ଚେଚେନ ସୈନ୍ୟଙ୍କୁ କୁହାଯାଇଛି। ଏଥିସହିତ ଏହା ବି କୁହାଯାଇଛି କି ଯଦି କେହି ଅଧିକାରୀ ହେପାଜତକୁ ଆସିବାକୁ ମନା କରନ୍ତି ସେମାନଙ୍କୁ ତୁରନ୍ତ ହତ୍ୟା କରାଯିବ।

ଚେଚେନ ଫୋର୍ସ କ’ଣ?
ପ୍ରକାଶିତ ରିପୋର୍ଟ ମୁତାବକ, ଚେଚେନ ବାହିନୀ ଚେଚନ୍ୟାର ଫେଡରଲ ଗାର୍ଡ ସିର୍ଭିସର ଦକ୍ଷିଣ ବାଟାଲିୟନର ସୈନ୍ୟ। ଏଥିରେ ହଜାର ସୈନ୍ୟ ରହିଛନ୍ତି। ଏହି ସୈନ୍ୟମାନେ ସର୍ବଦା ଜଙ୍ଗଲରେ ରହିଥାଆନ୍ତି। ଏହି ସୈନ୍ୟଙ୍କୁ ବର୍ବରତା ପାଇଁ ଜଣାଯାଇଥାଏ। ଏହି ସୈନ୍ୟଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଧରିବା ସହିତ ତାଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ରହିଛି।

 

ସମ୍ବନ୍ଧିତ ଖବର