ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ଏପର୍ଯ୍ୟନ୍ତ ବହୁତ ଭଲ ରହି ଆସିଛି। ହେଲେ ଆଗକୁ ଏହା ତିକ୍ତ ହୋଇପାରେ ବୋଲି କୁହାଯାଉଛି। ଏହାର କାରଣ ହେଉଛି ଭାରତର ଅନେକ ଅନୁରୋଧ ପରେ ବି ଭ୍ଲାଦିମିର ପୁଟିନ ଏପର୍ଯ୍ୟନ୍ତ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅନୁରୋଧକୁ ଗ୍ରହଣ କରିପାରି ନାହାଁନ୍ତି। ପାକିସ୍ତାନକୁ ତାର ଜେଏଫ-୧୭ ଲଢ଼ୁଆ ବିମାନ ପାଇଁ ଏକ ନିର୍ଦ୍ଦିଷ୍ଟ ଇଞ୍ଜିନ ଆବଶ୍ୟକ। ଏହି ଲଢ଼ୁଆ ବିମାନ ଚୀନ୍ ଦ୍ୱାରା ନିର୍ମିତ। କିନ୍ତୁ ଏହାର ଇଞ୍ଜିନ ପାଇଁ ରୁଷ ଉପରେ ନିର୍ଭରଶୀଳ ପାକିସ୍ତାନ। ଭାରତ, ରୁଷକୁ ଜେଏଫ-୧୭ ଲଢ଼ୁଆ ବିମାନରେ ବ୍ୟବହୃତ ନିର୍ଦ୍ଦିଷ୍ଟ ଇଞ୍ଜିନ ପାକିସ୍ତାନକୁ ଯୋଗାଇ ନଦେବାକୁ ଅନୁରୋଧ କରିଥିଲା। କିନ୍ତୁ ରୁଷ ମନା କରିଦେଇଥିଲା।

Advertisment

'ଡିଫେନ୍ସ ସିକ୍ୟୁରିଟି ଏସିଆ'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତ ଅନେକ ଦିନ ହେଲାଣି ରୁଷକୁ ସିଧାସଳଖ ପାକିସ୍ତାନକୁ ଇଞ୍ଜିନ ବିକ୍ରୟ ନକରିବାକୁ ଅନୁରୋଧ କରିଥିଲା। କିନ୍ତୁ ରୁଷ ଭାରତର ଅନୁରୋଧକୁ ଅଣଦେଖା କରିଥିଲା। ଏବେ ରୁଷ, ପାକିସ୍ତାନକୁ ଇଞ୍ଜିନ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ପାକିସ୍ତାନ ବାୟୁସେନା ତାର ଶକ୍ତି ବୃଦ୍ଧି ପାଇଁ ଚୀନ୍ ଉପରେ ନିର୍ଭରଶୀଳ। ପାକିସ୍ତାନର ଅଧିକାଂଶ ଅସ୍ତ୍ରଶସ୍ତ୍ର ଏବଂ ଲଢ଼ୁଆ ବିମାନ ଚୀନ୍ ସହାୟତାରେ ନିର୍ମିତ। ଚୀନ୍ ପରେ, ରୁଷ ମଧ୍ୟ ଯୁଦ୍ଧ ବିମାନ ନିର୍ମାଣରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। 

ଗୋଟିଏ ପଟେ ରୁଷ ଭାରତ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ପାକିସ୍ତାନ ସହିତ ମଧ୍ୟ ମିଶିବାରେ ଲାଗିଛି। ଭାରତର ଆବେଦନକୁ ପ୍ରତ୍ୟାଖ୍ୟାନ କରି ପୁଟିନ ସଙ୍କେତ ଦେଇଛନ୍ତି ଯେ, ସେ ଡବଲ ଗେମ୍ ଖେଳୁଛନ୍ତି। ଜେଏଫ୍-୧୭ ହେଉଛି ଏକ ୪.୫ ପିଢ଼ିର ଲଢ଼ୁଆ ବିମାନ। 

vladimir-putin | pakistan