ଓ୍ଵାସିଂଟନ୍: ରୁଷିଆ ଏବେ ଭାରତ ଓ ବ୍ରାଜିଲ୍ର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଯୋଜନା କରୁଛି। ଏଥିପାଇଁ ଏହା ଗଣମାଧ୍ୟମକୁ ଟାର୍ଗେଟ୍ କରିବା ନେଇ ଆଶଙ୍କା ରହିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଧୀନ ଅକ୍ସଫୋର୍ଡ ଇଣ୍ଟରନେଟ୍ ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ୍ ବାଲିଅଲ୍ କଲେଜର ପ୍ରଫେସର ଫିଲିପ୍ ଏନ୍ ହାଓ୍ଵାର୍ଡ ଏଭଳି ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ଆମେରିକା ଭଳି ଭାରତ ଓ ବ୍ରାଜିଲ୍ର ଗଣମାଧ୍ୟମ ସେତେ ଅଧିକ ପେସାଦାର ନୁହେଁ। ତେଣୁ ନିର୍ବାଚନରେ ରୁଷିଆ ହସ୍ତକ୍ଷେପ କଲେ ଏହି ଦୁଇଦେଶ ପାଇଁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। କିନ୍ତୁ ଏହା ଉପରେ ଫିଲିପ୍ ଅଧିକ କିଛି କହି ନ ଥିଲେ। ଉଲ୍ଲେଖଯୋଗ୍ୟ, ଆମେରିକା ନିର୍ବାଚନରେ ରୁଷିଆର ହାତ ରହିଥିଲା ଏବଂ ଭୋଟର୍ଙ୍କୁ ପ୍ରଭାବିତ କରିବାରେ ଏହା ଗଣମାଧ୍ୟମକୁ ବ୍ୟବହାର କରିଥିଲା। ଏମିତି କି ସୋସିଆଲ୍ ମିଡିଆକୁ ଏହା ମାଧ୍ୟମ କରିବାକୁ ପଛାଇ ନ ଥିଲା ବୋଲି ଅଭିଯୋଗ ଉଠିଥିଲା। କିନ୍ତୁ ରୁଷିଆ ଏହାକୁ ଖଣ୍ଡନ କରିଥିଲା। ଏମିତି କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଆମେରିକା-ରୁଷିଆ ସମିଟ୍ ୨୦୧୮ରେ ଏହାକୁ ଖଣ୍ଡନ କରିଥିଲେ।
ଭାରତ, ବ୍ରାଜିଲ୍ ନିର୍ବାଚନ ଉପରେ ରୁଷିଆର ଆଖି
ଅକ୍ସଫୋର୍ଡ ପ୍ରଫେସରଙ୍କ ମତ
/sambad/media/post_attachments/wp-content/uploads/2018/03/download-31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)