ଉତ୍ତର କୋରିଆଠୁ ରକେଟ୍‌, ତୋପ କିଣିବ ରୁଷ୍

ମସ୍କୋ: ଦୀର୍ଘ ୭ ମାସ ଧରି ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରଖିଥିବା ରୁଷ୍‌ ନିକଟରେ ଏବେ ଅସ୍ତ୍ର ଏବଂ ଗୁଳିଗୋଳାର ଅଭାବ ଦେଖାଦେଇଛି। ପ୍ରତିଦିନ ୟୁକ୍ରେନ୍‌ରେ ଘନଘନ ରକେଟ୍ ମାଡ଼ କରୁଥିବା ରୁଷ୍‌ ନିକଟରେ ଏବେ ରକେଟ୍‌ର ମଧ୍ୟ ଅଭାବ ରହିଛି। ଆମେରିକା ଗୁଇନ୍ଦା ରିପୋର୍ଟ ଅନୁଯାୟୀ ରୁଷ୍‌ ଉତ୍ତରକୋରିଆଠାରୁ ର‌କେଟ୍‌ ଏବଂ ‌ଅନ୍ୟ ଗୁଳିଗୋଳା କିଣିବ।

ନ୍ୟୁୟର୍କ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଉତ୍ତରକୋରିଆଠାରୁ ରୁଷ୍‌ କେତେ ଟଙ୍କାର ଅସ୍ତ୍ର କିଣିବ ତାହା ସ୍ପଷ୍ଟ ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ ୟୁକ୍ରେନ୍‌ରେ ଆକ୍ରମଣ କରିବା ପରଠାରୁ ଉତ୍ତରକୋରିଆ ଏବଂ ଇରାନ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି।

ସମ୍ବନ୍ଧିତ ଖବର