ଋଷିଆର ବଡ଼ ବୟାନ : ଚୀନ ସହିତ ସାମରିକ ମେଣ୍ଟ କରିବୁନି

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଚୀନ ସହିତ ଋଷିଆ କେବେ ମଧ୍ୟ ସାମରିକ ମେଣ୍ଟ କରିବ ନାହିଁ । ଏହା ସହିତ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣ ସହ ସାମରିକ ସହାୟତା ଜାରି ରଖାଯିବ ।  ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଋଷିଆର ଏହି ବୟାନକୁ ଗୁରୁତ୍ବ ଦିଆଯାଉଛି ।

ବିଶ୍ବ କୂଟନୀତିରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭାରତ-ଋଷିଆ ସମ୍ପର୍କ ଏବେ ବି ଅତୁଟ ରହିଛି । ଋଷିଆ ଏବେ ବି ପ୍ରତି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ସମର୍ଥନ କରିଆସିଛି । ଆଜି ପୁଣି ଥରେ ଋଷିଆ ପ୍ରମାଣିତ କରିଦେଇଛି ଯେ ଭାରତ ହିଁ ଏହାର ସବୁଠାରୁ ବଡ଼ ଓ ଭରସାଯୋଗ୍ୟ ସହଯୋଗୀ ।

ଆଜି ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବା ଅବସରରେ ସାମରିକ ସହଯୋଗ, କରୋନା ଟିକା, ଆଫଗାନିସ୍ତାନ ଶାନ୍ତି ଆଲୋଚନା, ଏସ-୪୦୦ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଭାରତକୁ ଏସ-୪୦୦ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ କେବେ ଯୋଗାଣ ହେବ ସେ ସମ୍ପର୍କରେ ଉଭୟ ନେତା କିଛି କହିବାକୁ ମନା କରିଦେଇଛନ୍ତି ।

ସମ୍ବନ୍ଧିତ ଖବର