ମସ୍କୋ: ରୁଷିଆ ଆଗାମୀ ଅଗଷ୍ଟ ମଧ୍ୟଭାଗ ବେଳକୁ କରୋନା ମହାମାରୀର ନିରାକରଣ ପାଇଁ ଏକ ଫଳପ୍ରଦ ଟିକା ବଜାରକୁ ଛାଡ଼ିବ ବୋଲି ଯୋଜନା କରିଛି। ଏପରିକି ଏହା ବିଶ୍ବର ପ୍ରଥମ କୋଭିଡ୍ ଟିକାର ବଜାର ପ୍ରବେଶ କରାଇବାର ସୌଭାଗ୍ୟ ଲାଭ କରିବ ବୋଲି ଦାବି କରିଛି। ଦେଶର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ସଫଳତାର ସହ ସଂପନ୍ନ ହୋଇଛି। ସ୍ବେଚ୍ଛାସେବୀଙ୍କ ଠାରେ ଟିକାର ବ୍ୟାବହାରିକ ପରୀକ୍ଷା ନିରୀକ୍ଷା ଆଶାନୁରୂପ ସଫଳତା ଆଣିଛି ଏବଂ ଏହା ଏବେ କୋଭିଡ୍ ରୋଗୀଙ୍କ ଠାରେ ପ୍ରୟୋଗ କରାଯିବା ନିରାପଦ ବୋଲି ଗବେଷକ ଏଲେନା ସ୍ମୋଲ୍ୟାର୍ଚୁକ୍ କହିଛନ୍ତି।
ଅଗଷ୍ଟରେ ରୁଷିଆ ଛାଡ଼ିବ ବିଶ୍ବର ପ୍ରଥମ କୋଭିଡ୍ ଟିକା
/sambad/media/post_attachments/wp-content/uploads/2020/05/vaccine1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)