ଲଣ୍ଡନ: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ସନ୍ଦେହ କରାଯାଇ ଆସୁଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟ୍ୟାକ୍ଟିକାଲ ବା କମ୍ କ୍ଷମତାବିଶିଷ୍ଟ ପରମାଣୁ ଅସ୍ତ୍ରର ଉପଯୋଗ କରିପାରନ୍ତି। ରୁଷିଆର ପରମାଣୁ ଅସ୍ତ୍ରକୁ ହାଇ ଆଲର୍ଟରେ ରଖାଯାଇଛି ବୋଲି କ୍ରେମ୍ଲିନ କହିବା ପରେ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ଆଣ୍ଡ୍ରେଇ କେଲିନ ରବିବାର ଏକ ଗଣମାଧ୍ୟମ ସଂସ୍ଥାକୁ ସକ୍ଷାତ୍କାର ଦେଇ କହିଛନ୍ତି- ମସ୍କୋ ୟୁକ୍ରେନ୍ ଉପରେ ଟ୍ୟାକ୍ଟିକାଲ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ସେ ବିଶ୍ବାସ କରନ୍ତି ନାହିଁ। ଫେବ୍ରୁଆରି ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ୩ ମାସ ପୂରିଲାଣି। ଏହି ଅବସରରେ କେଲିନ କହିଛନ୍ତି ଯେ, ୟୁକ୍ରେନ୍ ପରି ଦେଶ ସହ ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବା ରୁଷୀୟ ସାମରିକ ନିୟମ ଭିତରେ ନାହିଁ। ଏହା ଉପରେ ରୁଷିଆର ଭାରି କଡ଼ାକଡ଼ି ନିୟମ ଅଛି। ଯେତେବେଳେ ଦେଶର ସତ୍ତା ବିପଦଗ୍ରସ୍ତ ହୋଇପଡ଼ିବ ଅର୍ଥାତ୍ ଦେଶର ଅସ୍ତିତ୍ବ ସଂକଟ ବେଳେ ଏହି ଅସ୍ତ୍ରର ପ୍ରୟୋଗ କରାଯିବ। ତେଣୁ ବର୍ତ୍ତମାନ ୟୁକ୍ରେନ୍ ବିରୋଧରେ ଯେଉଁ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଚାଲିଛି ସେଥିରେ ଏହି ଅସ୍ତ୍ର ପ୍ରୟୋଗ କରିବାର ପ୍ରଶ୍ନ ଉଠୁନି।
ରୁଷ୍ ୟୁକ୍ରେନ୍ ଉପରେ କମ୍ କ୍ଷମତାର ପରମାଣୁ ଅସ୍ତ୍ର ପ୍ରୟୋଗ କରିବ !
/sambad/media/post_attachments/wp-content/uploads/2022/05/russia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)