ଚାକିରି ପାଇଁ ସମ୍ଭୋଗ ଆମନ୍ତ୍ରଣ କରିଥିଲେ ରୁଷୀୟ ମହିଳା ଗୁପ୍ତଚର

ଓ୍ଵାସିଂଟନ୍‌: ରୁଷିଆର ଜଣେ ମହିଳା ଗୁପ୍ତଚରଙ୍କୁ ଆମେରିକାରେ ଗିରଫ କରାଯିବା ପରେ ତାଙ୍କ ବିଷୟରେ ଅନେକ ନୂଆ କଥା ପଦାକୁ ଆସିଛି। ସରକାରୀ ଓକିଲଙ୍କ ସୂଚନା ଅନୁସାରେ ରୁଷିଆର ଏହି ମହିଳା ଗୁପ୍ତଚର ମାରିୟା ବୁତିନା ୨୦୧୪ରେ ଆମେରିକା ଆସିଥିଲେ। ସେହି ସମୟଠାରୁ ସେ ରୁଷିଆର ଗୁଇନ୍ଦା ଏଜେନ୍ସିଗୁଡ଼ିକର ସମ୍ପର୍କରେ ରହିଆସୁଥିଲେ। ଏମିତି କି ଚାକିରି ପାଇଁ ସେ ଆମେରିକାର ଜଣେ ଅଧିକାରୀଙ୍କୁ ସମ୍ଭୋଗ ଆମନ୍ତ୍ରଣ ଦେବାକୁ ପଛାଇ ନ ଥିଲେ। ଏହା ତାଙ୍କ ରଣକୌଶଳର ଅଂଶବିଶେଷ ଥିଲା। ଏହାବ୍ୟତୀତ ଆମେରିକୀୟ ୟୁନିଭର୍ସିଟିରେ ପାଠ ପଢ଼ିବା ପାଇଁ ଷ୍ଟୁଡେଣ୍ଟ ଭିସା ପାଇବାକୁ ସେ ମିଛ କହିଥିଲେ। ଏହାପରେ ସେ ଓ୍ଵାର୍କିଙ୍ଗ୍‌ ଭିସା ପାଇବାକୁ ଚାହିଥିଲେ, ଯଦ୍ଦ୍ଵାରା ଆମେରିକାରେ ସେ ଅଧିକ ଦିନ ରହିବେ ବୋଲି ଭାବିଥିଲେ। ତେଣୁ ଚାକିରି ପାଇବା ପାଇଁ ସେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ରାତି ବିତାଇବାକୁ ଆମନ୍ତ୍ରଣ ଦେଇଥିଲେ। ଏହାପରେ ସେ ଆମେରିକାର ଜଣେ ରିପବ୍ଲିକ୍‌ ନେତାଙ୍କ ସହିତ ଅନେକ ଦିନ ରହିଥିଲେ, ଯିଏ କି ତାଙ୍କ ବୟସଠାରୁ ଦୁଇଗୁଣ ବଡ଼ ଥିଲେ। ଓକିଲଙ୍କ କହିବାନୁସାରେ ଅନେକ ରିପବ୍ଲିକ୍‌ ନେତାଙ୍କୁ ପ୍ରଭାବିତ କରିବାରେ ବୁତିନା ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର