କିବ୍: ଶୁକ୍ରବାର ରୁଷ୍ ୟୁକ୍ରେନ ଉପରେ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଥିଲା ଏବଂ ଏଥିରେ ୩୧ ଜଣ ୟୁକ୍ରେନ ନାଗରିକ ନିହତ ହୋଇଥିଲେ। ଏହାକୁ ଏକ ଯୁଦ୍ଧ ଅପରାଧ ବୋଲି ବର୍ଣ୍ଣନା କରି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ବିଶ୍ବସମୁଦାୟକୁ ଏହା ଉପରେ ପ୍ରତିକ୍ରିୟା ଦେବାକୁ ଏବଂ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସ୍ସି)ର ଏକ ବୈଠକ ଡାକିବାକୁ ଆହ୍ୱାନ ଦେଇଛନ୍ତି। ଜେଲେନସ୍କି ଶୁକ୍ରବାର ତାଙ୍କ ଦୈନିକ ଅଭିଭାଷଣରେ କହିଛନ୍ତି, ଆତଙ୍କବାଦର ଏହି ସଦ୍ୟତମ କାର୍ଯ୍ୟକୁ ବିଶ୍ୱ ନିନ୍ଦା କରିବା ଜରୁରୀ। ଅନେକ ନେତା ଅଦ୍ୟାବଧି ୟୁକ୍ରେନ ଏବଂ ୟୁକ୍ରେନବାସୀଙ୍କୁ ସମର୍ଥନ ଜଣାଇସାରିଛନ୍ତି ଏବଂ ମୁଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ବୋଲି ଜେଲେନସ୍କି କହିଛନ୍ତି। ଜେଲେନସ୍କି ମୃତକଙ୍କ ପରିବାର ଓ ବନ୍ଧୁମାନଙ୍କୁ ସମବେଦନା ଜଣାଇଛନ୍ତି।
ୟୁକ୍ରେନରେ ରୁଷ୍ର ବିମାନ ଆକ୍ରମଣ, ୩୧ ମୃତ
ବିଶ୍ୱବ୍ୟାପୀ ପ୍ରତିକ୍ରିୟା ଦେବାକୁ ଜେଲେନସ୍କିଙ୍କ ଆହ୍ବାନ