ୟୁକ୍ରେନ ରାଜଧାନୀ କିବରେ ପ୍ରବେଶ କଲେ ରୁଷ ସେନା

କିବ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ତମ ଦିନରେ ପ୍ରବେଶ କରିଥିବେ ବି ରୁଷର ଧ୍ବଂସଲୀଳା କମିବା ବଦଳରେ ବଢିଚାଲିଛି । ଗତ କିଛିଦିନ ହେଲେ ୟୁକ୍ରେନ ରାଜଧାନୀ କିବକୁ ଘେରିରହିଥିବା ରୁଷ ସେନା ଆଜି ସହର ଭିତରକୁ ପ୍ରବେଶ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ, ପୂର୍ବରୁ ରୁଷର ଆକ୍ରମଣ କେବଳ ପୂର୍ବ ୟୁକ୍ରେନରେ ସୀମିତ ରହୁଥିବାବେଳେ ଏବେ ପଶ୍ଚିମ ପାର୍ଶ୍ବରେ ବି ଆକ୍ରମଣ ଆରମ୍ଭ ହୋଇଯାଇଛି ।

ପଶ୍ଚିମ ୟୁକ୍ରେନରେ ଥିବା ପ୍ରମୁଖ ସହର ଡିନିପ୍ରୋ, ଲୁସକ ଓ ଇଭାନୋ ଫ୍ରାଙ୍କିସ୍କ ଉପରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଛି । ଏସବୁ ସହରରେ ଥିବା ବିମାନ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।

ଆଉଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ, ରୁଷ ରାଷ୍ଟ୍ରପତି ବିଦେଶୀ ସ୍ବେଚ୍ଛାସେବୀମାନଙ୍କୁ ରୁଷ ସେନା ସହ ମିଶି ଯୁଦ୍ଧ କରିବାକୁ ଅନୁମତି ଦେଇଛନ୍ତି । ଏହା ଫଳରେ ସିରିଆରୁ ଆସିଥିବା ଆତଙ୍କବାଦୀମାନେ ଯୁଦ୍ଧରେ ଭାଗ ନେଇପାରିବେ ।

ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଗତ ୨୪ ଘଣ୍ଟାରେ ବିଶେଷ ଅଗ୍ରଗତି କରିପାରି ନାହିଁ । ରୁଷ ସେନାକୁ ୟୁକ୍ରେନର ସେନା, ରକେଟ ଓ ଡ୍ରୋନଗୁଡ଼ିକ ପ୍ରବଳ ପ୍ରତିରୋଧ କରୁଛନ୍ତି । ଏହା ଦ୍ବାରା ଆକ୍ରମଣକାରୀ ସେନାର ପ୍ରବଳ କ୍ଷତି ହୋଇଛି ।

 

ସମ୍ବନ୍ଧିତ ଖବର