କିବ୍ : ଲୁହାଂସ୍କରେ ଉଦ୍ଧାର ଗାଡ଼ି ଉପରେ ରୁଷ୍ ଗୋଳାବର୍ଷା କରିଛି। ଆଂଚଳିକ ସାମରିକ ପ୍ରଶାସନ ମୁଖ୍ୟ କହିଛନ୍ତି, ଶନିବାର ଦିନ ଲୁହାଂସ୍କରୁ ୨୭୦୦ ନାଗରିକଙ୍କୁ ଖାଲି କରାଯାଇଥିଲା। କିନ୍ତୁ ରୁଷ୍ ବାହିନୀ ଉଦ୍ଧାର କାର୍ଯ୍ୟ ସମୟରେ ମଧ୍ୟ ଗୁଳିଗୋଳା ମାଡ଼ କରିଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ମାଇକୋଲେଭ୍ରେ ବିମାନ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମାରିୟୁପୋଲ୍ରୁ ଉଦ୍ଧାର କାର୍ଯ୍ୟ ପାଇଁ ବଡ଼ ଧରଣର ପ୍ରୟାସ ଆରମ୍ଭ ହୋଇଛି। ରୁଷ୍ ଲୁହାଂସ୍କକୁ ସ୍ବୟଂଶାସିତ ଅଂଚଳ ଘୋଷଣା କରିଥିବାରୁ ଏଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୟୁକ୍ରେନ୍ ସେନାର ଅସ୍ତିତ୍ବ ହଜାଇ ଦେବାକୁ ଅଭିଯାନ ଆରମ୍ଭ କରିଛି। ଏହା ସହିତ ସମସ୍ତ ପ୍ରଶାସନିକ କୋଠାଗୁଡ଼ିକୁ ରୁଷ୍ ସେନା ନିଜ ଦଖଲକୁ ନେଇଯାଇଛନ୍ତି।
ଉଦ୍ଧାର ଗାଡ଼ି ଉପରେ ରୁଷ୍ର ଗୋଳାବର୍ଷା: ମାଇକୋଲେବ୍ରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି
/sambad/media/post_attachments/wp-content/uploads/2022/04/russia65f4h654sf65fhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)