କିବ୍ : ଯୁଦ୍ଧ ସମାପ୍ତି ପାଇଁ ସମଗ୍ର ବିଶ୍ବରୁ ନିବେଦନ କରାଯାଉଥିଲେ ବି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାହାକୁ କର୍ଣ୍ଣପାତ କରୁନାହାନ୍ତି । ଗତକାଲି ରାତିରେ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ ।
ରାତିସାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବର୍ଷା ଅନେକ ଅଞ୍ଚଳକୁ ଧ୍ୱଂସ କରିଦେଇଛି। ଏକ ରିପୋର୍ଟ ଅନୁସାରେ ଗୋଟିଏ ରାତିରେ ରୁଷ ପକ୍ଷରୁ ପ୍ରାୟ ୮୦୫ଟି କ୍ଷେପଣାସ୍ତ୍ର ଓ ୧୩ଟି ଡ୍ରୋନ ନିକ୍ଷେପ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିବା ଜଣାଯାଇଛି।
ରାତିସାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବର୍ଷା ଅନେକ ଅଞ୍ଚଳକୁ ଧ୍ୱଂସ କରିଦେଇଛି। ଏକ ରିପୋର୍ଟ ଅନୁସାରେ ଗୋଟିଏ ରାତିରେ ରୁଷ ପକ୍ଷରୁ ପ୍ରାୟ ୮୦୫ଟି କ୍ଷେପଣାସ୍ତ୍ର ଓ ୧୩ଟି ଡ୍ରୋନ ନିକ୍ଷେପ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ଆକ୍ରମଣ ଯୋଗୁଁ ୟୁକ୍ରେନର କ୍ୟାବିନେଟ୍ ମୁଖ୍ୟାଳୟରେ ମଧ୍ୟ ନିଆଁ ଲାଗିଥିଲା । ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଏକ ସରକାରୀ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କୋଠାର ଉପର ମହଲା ଏବଂ ଛାତ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେଙ୍କୋ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/07/missile-2025-09-07-16-37-14.jpg)