କିବ୍ : ରୁଷ୍ର ଲଗାତାର ବୋମାମାଡ଼ରେ ୟୁକ୍ରେନ୍ର ପୋର୍ଟ ସିଟି ମାରିୟୁପୋଲ୍ ଛାରଖାର ହୋଇଯାଇଛି। ପ୍ରାୟ ୧୨୦୦ ଲୋକ ଆଶ୍ରୟ ନେଇଥିବା ଏକ ଥିଏଟର ଉପରେ ରୁଷ୍ ଆଜି ବୋମାମାଡ଼ କରିଛି। ଥିଏଟରରେ କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି। ଆକ୍ରମଣ ପୂର୍ବରୁ ସାଇରନ୍ ବାଜିବାରୁ ଅଧିକାଂଶ ଲୋକ ଉକ୍ତ ଥିଏଟର ଖାଲି କରିଦେଇଥିଲେ। ତେବେ ବୋମାମାଡ଼ ପରେ ଶିଶୁ ଏବଂ ମହିଳାମାନଙ୍କୁ ଏହି ବିଲ୍ଡିଂରୁ ଜୀବିତ ଅବସ୍ଥାରେ ବାହାରୁଥିବା ଦେଖିବାକୁ ମିଳିଛି। ଥିଏଟରରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ମୃତ୍ୟୁସଂଖ୍ୟା ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ତଥ୍ୟ ପ୍ରସାଦ କରିନାହାନ୍ତି। ତେବେ ଏଭଳି ଆକ୍ରମଣକୁ ୟୁକ୍ରେନ୍ କଡ଼ା ବିରୋଧ କରିଛି।
ସେହିଭଳି ରାଜଧାନୀ କିବ୍ରେ ରୁଷ୍ ନିୟମିତ ବ୍ୟବଧାନରେ କ୍ଷେପଣାସ୍ତ୍ର ମାଡ଼ କରୁଛି। କ୍ଷେପଣାସ୍ତ୍ର ମାଡ଼ରେ ଛାରଖାର ହୋଇଥିବା ଏକ କୋଠାରୁ ଆଜି କେତେକ ମୃତଦେହ ଉଦ୍ଧାର ହୋଇଛି। ରୁଷ୍ ପୂର୍ବରୁ ମାରିୟୁପୋଲ୍ର ମାତୃ ହସ୍ପିଟାଲ୍, ଚର୍ଚ୍ଚ ଆପାର୍ଟମେଣ୍ଟ୍ ବିଲ୍ଡିଂ ଉପରେ ଆକ୍ରମଣ କରିଥିଲା। ଆଜି ଏକ ସ୍କୁଲ ଉପରେ ଆକ୍ରମଣ ବୋମାମାଡ଼ ଯୋଗୁଁ ୨୧ ଜଣ ପ୍ରାଣ ହରଇଛନ୍ତି।
କିବ୍ର ଉତ୍ତରପୂର୍ବରେ ଅବସ୍ଥିତ ଚେର୍ନିହିବ ସହରରେ ବି ରୁଷ୍ ଲଗାତାର ଆକ୍ରମଣ କରିବାରୁ ଚେର୍ନିହିବରେ ଭୟାନକ କ୍ଷୟକ୍ଷତି ହୋଇଛି। ଗତ ୪ ତାରିଖରେ ଚେର୍ନିହିବରେ ଏକ ଆପାର୍ଟମେଣ୍ଟ୍ରେ ବିମାନ ଆକ୍ରମଣ ଯୋଗୁଁ ୩୩ ଜଣଙ୍କ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/mariupl.jpg)