ଆସନ୍ତା ସପ୍ତାହରେ ଭାରତ ଆସିବେ ଋଷିଆର ବୈଦେଶିକ ମନ୍ତ୍ରୀ, ଫୋକସରେ ଏସ-୪୦୦, ଏକେ-୪୭

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ତାଙ୍କର ଏହି ଗସ୍ତକାଳରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉଭୟ ପକ୍ଷ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ  ଯୋଗାଣ ଓ ଭାରତରେ ଏକେ-୪୭ ଉତ୍ପାଦନ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି ।

ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ । ଏହା ଅନୁଯାୟୀ ଚଳିତ ବର୍ଷ ଭାରତକୁ ପ୍ରଥମ ଏସ-୪୦୦ ଆସିପାରେ ।

ସେହିପରି ଭାରତରେ ବିଶ୍ବ ପ୍ରସିଦ୍ଧ ରାଇଫଲ ଏକେ-୪୭ ଉତ୍ପାଦନ ପାଇଁ  ଭାରତ ଓ ଋଷିଆ ମଧ୍ୟରେ ଚୁକ୍ତି ହୋଇଛି ।

ସମ୍ବନ୍ଧିତ ଖବର