ମଦୁରାଇ: ମାଡ୍ରାସ୍ ହାଇକୋର୍ଟର ଆଡ୍ଭୋକେଟ୍ ଏବଂ ଚେନ୍ନାଇ ‘ଇଣ୍ଡୋ-ରୁଷିଆନ୍ ସେଣ୍ଟର୍ ଫର୍ ରୁରାଲ୍ ଡେଭେଲପ୍ମେଣ୍ଟ୍’ର ସଭାପତି ଆର୍. ରାଜଗୋପାଳ ଶୁକ୍ରବାର ଦିନ ମଦୁରାଇ ଖଣ୍ଡପୀଠରେ ଏକ ପତ୍ର ଦାଖଲ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି ଯେ ଅନ୍ଲାଇନ୍ର ମାରତ୍ମକ ଖେଳ ବ୍ଲୁ ହେ୍ଵଲ୍କୁ ସମାପ୍ତ କରିବା ପାଇଁ ରୁଷୀୟ ସରକାର ଭାରତକୁ ସହାୟତା କରିବ।
‘ରୁଷିଆନ୍ ସେଣ୍ଟର୍ ଅଫ୍ ସାଇନ୍ସ୍ ଆଣ୍ଡ୍ କଲ୍ଚର୍’ ଏବଂ କନ୍ସୁଲେଟ୍ ଜେନେରାଲ୍ ଅଫ୍ ଦି ରୁଷିଆନ୍ ଫେଡେରେସନ୍ ଇନ୍ ସାଉଥ୍ ଇଣ୍ଡିଆର ଭାଇସ୍-କନ୍ସୁଲ୍ ଏବଂ ନିର୍ଦେଶକ ମାଇକେଲ୍ ଜେ ଗୋବାର୍ତୋଭ୍ଙ୍କଠାରୁ ପାଇଥିବା ଏକ ଇ-ମେଲ୍ ରିପୋର୍ଟକୁ ସେ ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ଖଣ୍ଡପୀଠରେ ଦାଖଲ କରିଛନ୍ତି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ ଆତ୍ମହତ୍ୟ କରିବାକୁ ଚାହୁଁଥିବା ଦଳଙ୍କ ମଧ୍ୟରେ ପ୍ରଥମେ ବ୍ଲୁ ହେ୍ଵଲ୍ ୨୦୧୩ରେ କୋଣ୍ଟାକ୍ତେରେ ଦେଖାଦେଥିଲା। ପରେ ଏହି ଖେଳ ବିଭିନ୍ନ ମାଧ୍ୟମରେ ବ୍ୟାପୀ କିଶୋର କିଶୋରୀମାନଙ୍କୁ ଖେଳିବାକୁ ଉତ୍ସାହ ଦେଇଥିଲା। ଏବେ ଏହାର ନିୟମାବଳୀକୁ ବେଆଇନ୍ ଘୋଷଣା କରାଯାଇ ରୁଷିଆନ୍ ଅନ୍ଲାଇନ୍ ସୋସିଆଲ୍ ମିଡିଆ ଏବଂ ସୋସିଆଲ୍ ନେଟ୍ଓ୍ଵାର୍କିଙ୍ଗ୍ ସାଇଟ୍ ‘ଭିକେ’ରୁ ଡିଲିଟ୍ କରାଯାଇଛି।
ମୂଳ ରୁଷୀୟ ବ୍ଲୁ ହେ୍ଵଲ୍ ଖେଳର ଧାରାଗୁଡ଼ିକର ୯୯% ରୁଷୀୟ ଭାଷାରେ ଥିଲା। କିନ୍ତୁ, ଭାରତରେ ବ୍ୟାପିଥିବା ବ୍ଲୁ ହେ୍ଵଲ୍ର ଧାରା ଗତ ୪ ବର୍ଷ ହେବ ଅନ୍ୟାନ୍ୟ ଦେଶରେ ଚାଲିଥିବା ଖେଳର ନିୟମାବଳୀ ଆଧାରରେ ଚାଲିଛି।