ନୂଆଦିଲ୍ଳୀ: ଦିଲ୍ଲୀ-ଗୋଆ ଇଣ୍ଡିଗୋ ବିମାନର ପାଇଲଟଙ୍କୁ ଜଣେ ଯାତ୍ରୀ ଚାପୁଡ଼ା ମାରିଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ତେବେ ଏହି ଚାପୁଡ଼ା ମରା ଘଟଣାରେ ସାମିଲ ଥିବା ଯାତ୍ରୀଙ୍କ ବିରୋଧରେ ଇଣ୍ଡିଗୋ ବିମାନ ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାର ଚିନ୍ତା କରୁଛି। ସୂଚନା ରହିଛି ଯେ ଯାତ୍ରୀ ଜଣଙ୍କୁ ତାଙ୍କ ଆଚରଣ ପାଇଁ  ‘ନୋ-ଫ୍ଲାଏ’ ତାଲିକାରେ ରଖାଯିବାର ସମ୍ଭାବନା ରହିଛି ବୋଲି ଏୟାରଲାଇନ୍ସ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଏହି କ୍ରମରେ ରୁଷ-ଭାରତୀୟ ମଡେଲ ଏବଗୋନିଆ ବେଲ୍ଲସକିଆ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଇଣ୍ଡିଗୋ ବିମାନରେ ଚାପୁଡ଼ା ମରା ଘଟଣାକୁ ବଖାଣି କହିଛନ୍ତି, ‘ମୁଁ ଓ ମୋର ଟିମ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରିବା ପାଇଁ ଆଇଜିଆଇ ବିମାନବନ୍ଦରରେ ପହଞ୍ଚିଥିଲୁ। ବିମାନ ଛାଡ଼ିବାର ସମୟ ୭.୪୦ ରହିଥିଲା। ଏହି ସମୟରେ ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଥିଲା କି ବିମାନ ୧ଘଣ୍ଟା ବିଳମ୍ବରେ ଛାଡ଼ିବ ପୁଣି କୁହାଗଲା ଯାତ୍ରାରେ ୨ଘଣ୍ଟା ବିଳମ୍ବ ହେବ।  ଏପରି ଭାବେ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସମୟରୁ ୧୦ଘଣ୍ଟା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।

ଶେଷରେ କୁହାଗଲା ବିମାନ ଛାଡ଼ିବାକୁ ପ୍ରସ୍ତୁତ ହେଉଛି ସମସ୍ତ ଯାତ୍ରୀ ନିଜନିଜ ଆସନ ଗ୍ରହଣ କରନ୍ତୁ। ସମସ୍ତ ଯାତ୍ରୀ ବିମାନରେ ବସିଥିବା ବେଳେ ବିମାନ କେତେବେଳେ ଛାଡ଼ିବ ଅପେକ୍ଷା କରିଥିବା ବେଳେ ଏଥିରେ ବି ୨ଘଣ୍ଟା ବିଳମ୍ବ ହୋଇଥିଲା।

ଏହି ସମୟରେ ଯାତ୍ରୀମାନେ ବାରମ୍ବାର ପ୍ରଶ୍ନ କରିଚାଲିଥିଲେ ଏତେ ବିଳମ୍ବ କ’ଣ ପାଇଁ। ଏହାର ଉତ୍ତର ଦେବାକୁ ଯାଇ ପାଇଲଟ ସାମ୍ନାକୁ ଆସି କହିଥିଲେ, ‘ଆପଣମାନେ ଚୁପ ହୋଇ ବସନ୍ତୁ। ଆପଣମାନଙ୍କ ପାଇଁ ଆମେ ଟର୍ନ ମିସ କରି ଦେଇଛୁ। ତେଣୁ ବିମାନ ଛାଡ଼ିବାରେ ବିଳମ୍ବ ହେଉଛି।’

ଏକଥା ଶୁଣି ଜଣେ ଯାତ୍ରୀ ରାଗି ଯାଇ ସିଟରୁ ଉଠି ଆସି ପାଇଲଟଙ୍କୁ ଶକ୍ତଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ମୁଁ ମାନୁଛି ଯାତ୍ରୀଙ୍କୁ ପାଇଲଟଙ୍କ ସହିତ ଏଭଳି ବ୍ୟବହାର କରିବା ଠିକ ହେଲା ନାହିଁ। କିନ୍ତୁ ବିମାନ ବିଳମ୍ବ ହେବାର କାରଣ ପାଇଲଟ ଯାତ୍ରୀଙ୍କ ଦେବା ବି କେତେ ଦୂର ଠିକ ମୁଁ ବୁଝି ପାରିଲି ନାହିଁ।’