ମସ୍କୋ: ଦୂରରୁ ଥାଇ ଗୋଟାଏ ବିଖ୍ୟାତ ଯୁଦ୍ଧସ୍ମାରକୀ ପ୍ରତିମୂର୍ତ୍ତିର ଛାତିକୁ ସ୍ପର୍ଶ କରି କୁତୁକୁତୁ କରୁଥିବା ଭିଡିଓ ସେୟାର୍‌ କରିବା ଅପରାଧରେ ରୁଷୀୟ ‘ଇନ୍‌ଫ୍ଲୁଏନ୍‌ସର୍‌’ ଆଲେନା ଆଗାଫୋନୋଭାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି।

Advertisment

ଦୁଇଟି ବିଶ୍ବଯୁଦ୍ଧରେ ଲଢାଯାଇଥିବା ଦୁଇଟି ସ୍ମରଣୀୟ ସ୍ଥାନ ମଧ୍ୟରେ ଅନ୍ୟତମ ଭୋଲ୍‌ଗୋଗ୍ରାଦ୍‌ (ପୂର୍ବେ ଷ୍ଟାଲିନ୍‌ଗ୍ରାଦ୍‌ ଥିଲା)ରେ ନିର୍ମିତ ୨୭୯ ଫୁଟ୍‌ ଉଚ୍ଚର ଗୋଟାଏ ପ୍ରତିମୂର୍ତ୍ତିର ଛାତିକୁ ଆଗାଫୋନୋଭା ସ୍ପର୍ଶ କରିବାର ଛଳନା କରୁଥିବା ଦୃଶ୍ୟ ଉକ୍ତ ଭିଡିଓରେ ରହିଛି।

publive-image Image Courtesy of Novaya Gazeta Europe

ଏହି ଭିଡିଓକୁ ସେ ରୁଷ୍‌ରେ ଔପଚାରିକ ଭାବେ ନିଷିଦ୍ଧ କରାଯାଇଥିବା ‘ଇନ୍‌ଷ୍ଟାଗ୍ରାମ୍‌’ରେ ଅପ୍‌ଲୋଡ୍‌ କରିଛନ୍ତି। ସେଥିରେ ଦେଖାଯାଉଛି ‘ଦି ମଦର୍‌ଲ୍ୟାଣ୍ଡ୍‌ କଲ୍ସ୍’ ନାମକ ଖଣ୍ଡା ଉଠାଇଥିବା ଜଣେ ମହିଳାଙ୍କ ପ୍ରତିମୂର୍ତ୍ତିର ବକ୍ଷରେ ଆଗାଫୋନୋଭା ଆଙ୍ଗୁଠି ଚଳାଇ କୁତୁକୁତୁ କରୁଛନ୍ତି। ସେହି ସମୟରେ ପୃ‌ଷ୍ଠଭୂମି ବା ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ ଶୁଭୁଛି ଗୁଣୁଗୁଣୁ ଓ ହସ ଶବ୍ଦ। ତା’ ସହିତ ଗୋଟାଏ ଲାଫିଙ୍ଗ୍‌ ‘ଇମୋଜି’ ମଧ୍ୟ ରହିଛି।

ଗତବର୍ଷ ଏହାକୁ ଉତ୍ତୋଳନ କରିଥିବା ଆଗାଫୋନୋଭା ରୁଷ୍‌ର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାଭୁକ୍ତ ହେବା ପରେ ଶ୍ରୀଲଙ୍କାରେ ଶରଣ ନେଇଥିଲେ।  କିନ୍ତୁ, ସମ୍ପ୍ରତି ସେ ରୁଷ୍‌କୁ ଫେରି ଆସିଥିବାରୁ ତାଙ୍କୁ ମସ୍କୋରୁ ଗିରଫ କରାଯାଇ ଭୋଲ୍‌ଗୋଗ୍ରାଦ୍‌ ଅଣାଯାଇଛି। ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ ଚଳାଇଥିବାରୁ ସେ ୨ ମାସ ପର୍ଯ୍ୟନ୍ତ ଅଟକ ରହିବେ।