ଓଡ଼େଶାରେ ରୁଷ୍‌ର ମିସାଇଲ ମାଡ଼, ୨୧ ମୃତ

କିବ୍‌ : ଦକ୍ଷିଣ ୟୁକ୍ରେନର ଓଡ଼େଶା‌ରେ ଶୁକ୍ରବାର ଦିନ ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ରୁଷ୍‌ର ମିସାଇଲ ମାଡ଼ ଯୋଗୁ ଓଡ଼େଶାରେ ୨୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ୩ଟି କେଏଚ୍‌-୨୨ ମିସାଇଲ୍‌ ମାଡ଼ କରିଛି। ଏକ ଆପାର୍ଟମେଣ୍ଟ୍‌ ବିଲ୍ଡିଂରେ ମିସାଇଲ ମାଡ଼ ଯୋଗୁ ଏକାବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଏକ କମ୍ୟୁନିଟି ସେଣ୍ଟରରେ ମିସାଇଲ ମାଡ଼ ଯୋଗୁ ଜଣେ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ତୃତୀୟ ମିସାଇଲ୍‌ଟି ଏକ ବଡ଼ ପଡ଼ିଆରେ ମାଡ଼ ହୋଇଛି। ରୁଷ୍‌ର ମିସାଇଲ ମାଡ଼ ଯୋଗୁ ୬ ଶିଶୁ ସମେତ ମୋଟ୍‌ ୩୮ ଜଣ ଆହତ ହୋଇଛନ୍ତି। ରୁଷ୍‌ ପୂର୍ବ ୟୁକ୍ରେନରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଇତି ମଧ୍ୟରେ ରୁଷ୍ ଆଜି ଏକ ଘୋଷଣା କରି କହିଛି ଯେ ଏହା ଲିସିଚାନସ୍କ ଅଏଲ୍‌ ରିଫାଇନରିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି।

ସମ୍ବନ୍ଧିତ ଖବର